Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଯୋଡା ଶରୀର ଥିବା ଶିଶୁ ହେଲେ ଅଲଗା ; ଭୁଟାନର ୧୫ ମାସର ଯାଆଁଳା ଶିଶୁଙ୍କୁ ପରସ୍ପରଠାରୁ ଅଲଗା କଲେ ଅଷ୍ଟ୍ରେଲିଆ ଡାକ୍ତର

10/11/2018 at 10:18 AM

ଭୁଟାନ ୧୦|୧୧: ଡାକ୍ତରଙ୍କ ବଡ ସଫଳତା । ୧୫ ମାସର ଯାଆଁଳା ଶିଶୁଙ୍କୁ ପରସ୍ପରଠାରୁ ଅଲଗା କଲେ ଡାକ୍ତର । ଭୁଟାନର ଯୋଡ଼ା ଶରୀର ଥିବା ୧୫ ମାସର ଯାଆଁଳା ଶିଶୁଙ୍କର ଅଷ୍ଟ୍ରେଲିଆ ଡାକ୍ତର ସଫଳତାର ସହ ଅସ୍ତ୍ରୋପଚାର କରିଛନ୍ତି। ଏହି ଶିଶୁ ଦୁଇଜଣ ହେଉଛନ୍ତି ନିମା ଏବଂ ଦାୱା। ଏମାନଙ୍କର ଅସ୍ତ୍ରୋପଚାର କରିବା ପାଇଁ ୨୦ ଜଣ ଡାକ୍ତର ଓ ନର୍ସଙ୍କୁ ଛଅ ଘଣ୍ଟା ସମୟ ଲାଗିଥିଲା। ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଶାଜନକ ପରିବର୍ତ୍ତନ ଆସୁଥିବା ଜଣାପଡିଛି ।

ଭୁଟାନର ଏହି ଦୁଇ କଅଁଳ ଶିଶୁଙ୍କୁ ଧରି ତାଙ୍କ ମାଆ ଭୁମଚୁ ଜାଙ୍ଗମୋ ଏକ ମାସ ତଳେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ମାତ୍ର ଏହି ଯାଆଁଳା ଶିଶୁ ଦ୍ବୟ ଅସ୍ତ୍ରୋପଚାର ଅବସ୍ଥାରେ ନଥିଲେ। ତେଣୁ ଡାକ୍ତର ସେମାନଙ୍କ ଅବସ୍ଥା ସୁଧୁରିବା ପରେ ଅସ୍ତ୍ରୋପଚାର କରିବେ ବୋଲି ଅପେକ୍ଷା କରି ରହିଥିଲେ। ଡାକ୍ତରଙ୍କ କହିବା ମୁତାବକ ଏହି ଶିଶୁ ଦୁଇଜଣଙ୍କ ଶରୀର ଉପରି ଭାଗ ଯୋଡ଼ି ହୋଇ ରହିଥିଲା । ଶରୀରର ଭିତର ଅଂଶ ଯୋଡ଼ି ହୋଇନଥିଲା।

   Related Posts