କଂଗ୍ରେସର ବିଶାଳ ଜନ ସମାବେଶ, ବିଜେଡି ଗଡରେ ଶକ୍ତି ପ୍ରଦର୍ଶନ

Published By : Prameya-News7 Bureau | January 09, 2019 IST

ଉମରକୋଟ ୯|୧ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସିଂସାରୀଠାରେ ଆଜି କଂଗ୍ରେସର ଜୋନ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅଞ୍ଚଳ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତରେ ଯାଉଛି ଏଠାରୁ ମନ୍ତ୍ରୀ ରମେଶ ମାଝୀ ପ୍ରତିନିଧିତ୍ଵ କରନ୍ତି । ବିଜେଡି ଶାସନ କରୁଥିବା ବେଳେ ଆଜି କଂଗ୍ରେସ ତାର ଶକ୍ତି ପ୍ରର୍ଦଶନ କରିଛି । ଅଳ୍ପ କିଛି ଦିନ ପରେ ସାଧାରଣ ନିର୍ବାଚନ ଥିବା ବେଳେ କଂଗ୍ରେସର ବିରାଟ ସାଧାରଣ ସଭା ଓ କାର୍ଯକର୍ତ୍ତା ସମ୍ମିଳନୀ ଶାସକ ଦଳର ହୃଦ୍‌ସ୍ପନ୍ଦନ  ବଢ଼ାଇବା ସକାଶେ ଯଥେଷ୍ଟ ବୋଲି ଆଲୋଚନା ଜୋର ଧରିଛି। ଆଜିର ଏହି ସାଧାରଣ ସଭାରେ ପ୍ରାୟ ୫ ହଜାର ଜନସାଧରଣଙ୍କ ସମାବେଶ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା କଂଗ୍ରେସ ରାଜ୍ୟ ସଭାପତି ପ୍ରଦୀପ ମାଝୀ । ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଲୁଟ୍ କରୁଛନ୍ତି, ଯୋଜନା କମ୍ ପ୍ରଚାର ବେଶୀ କରୁଛନ୍ତି ବୋଲି ସେ କହିଛନ୍ତି କହିଛନ୍ତି । ଆଜିର ଏହି ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ମୁନ୍ନା ତ୍ରୀପାଠୀ, ବିଧାୟକ ଭୁଜବଳ ମାଝୀ,  ବିଧାୟକ ପାର୍ଥି ଉଲଧର ମାଝୀ, ପୂର୍ବତନ   ସାଂସଦ ଭଗବାନ ମାଝୀ ପ୍ରମୁଖ ଜିଲ୍ଲାର ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ। ସିଂସାରି ଛତିଶଗଡ଼ ସୀମାକୁ ଏହି ପଞ୍ଚାୟତ ଲାଗି ଗୁଡ଼ିକ ରହିଥିବା ବେଳେ, ଛତିଶଗଡ଼ ରେ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ତାହାର ପ୍ରଭାବ ଏହି ସବୁ ଅଞ୍ଚଳରେ ପଡ଼ିବ ବୋଲି ବହୁ ଆଶାବାଦୀ ଅଛନ୍ତି କଂଗ୍ରେସ ଦଳର ନେତା । ଗତ ନିର୍ବାଚନରେ ମନ୍ତ୍ରୀ ରମେଶ ମାଝିଙ୍କୁ କଂଗ୍ରେସ ପ୍ରାର୍ଥୀ କଡ଼ା ଟକ୍କର ଦେଇଥିବା ବେଳେ ଆଜିର ସମାବେଶ ବିଜେଡି ପାଇଁ କଡ଼ା ଚେତାବନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.