Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ମଦ ବାର୍ ପାଇଁ ମିଳି ନାହିଁ ଅନୁମତି: କଂଗ୍ରେସ ଆରମ୍ଭ କଲା ପ୍ରତିବାଦ

3/11/2020 at 4:36 PM

ଭଦ୍ରକ୩/୧୧: ମଦ ବାର ଖୋଲିବା ପାଇଁ ସ୍ଥାନ ନିରୂପଣ କରିଛନ୍ତି ମାଲିକ। କେବଳ ଆବେଦନ ହୋଇଛି। ବିଭାଗ ତରଫରୁ ଖୋଲିବା ପାଇଁ ଅନୁମତି ମିଳିନି । କିନ୍ତୁ ବାର ଖୋଲିବା ପାଇଁ କେତେକ ସପକ୍ଷରେ ବାହାରୁଥିବା ବେଳେ କେତେକ ବିପକ୍ଷରେ ବାହାରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ରାପିତାଠାରେ ଏକ ବାର ଖୋଲିବା ପାଇଁ ଆବେଦନ ହୋଇଛି । ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ।

ବାରକୁ ନ ଖୋଲିବା ପାଇଁ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ମଧ୍ୟ ଦାବିପତ୍ର ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ପ୍ରସ୍ତାବିତ ସ୍ଥାନ ନିକଟରେ ଜାଳାଶୟ ରହିଛି। ନିକଟରେ ଧର୍ମାନୁଷ୍ଠାନ ସହ ଗ୍ରାମବାସିନ୍ଦା ଯାତାୟାତ ମଧ୍ୟ କରନ୍ତି। ଧାମନଗର କଂଗ୍ରେସ ମଧ୍ୟ ଏହି ବାର ଖୋଲିବାକୁ ବିରୋଧ କରି ବିଡିଓଙ୍କ ମାଧ୍ୟମରେ ଦାବିପତ୍ର ଦେଇଛି। ଯଦି ବାର ଖୋଲିବା ପାଇଁ ଅନୁମତି ମିଳେ ତେବେ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛି।

ଏପଟେ ଶତାଧିକ ଗ୍ରାମବାସୀ ଓ ଧାମନଗର ବାସିନ୍ଦା ଏହି ବାର ସପକ୍ଷରେ ବାହାରିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଛନ୍ତି। କିନ୍ତୁ ସପକ୍ଷରେ ଆସିବାର କାରଣ କହୁଛନ୍ତି ଯେ, ଧାମନଗର ବଜାର ଉପରେ ମଦ ଦୋକାନ ଅଛି। ସେଠାରେ ମଧ୍ୟ ମଦ୍ୟପମାନେ ଉପଦ୍ରବ କରୁଛନ୍ତି। ସେଥିପାଇଁ ଯଦି ବଜାର ଠାରୁ ଦୂର କୌଣସି ସ୍ଥାନରେ ବାର ଖୋଲାଯିବ ତେବେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି।

ତେବେ ମଦ ବିକ୍ରିକୁ ବିରୋଧ କରୁଛନ୍ତି କିନ୍ତୁ ବଜାର ମଧ୍ୟରେ ମଦ ବିକ୍ରି ନ ହେଉ ବୋଲି ଚାହୁଁଛନ୍ତି । ତେବେ ବାର ଖୋଲିଲେ ଚୋରା ମଦର ବିକ୍ରି ମଧ୍ୟ କମିବ ବୋଲି କହିଛନ୍ତି । ଧାମନଗର ବ୍ଲକର ୧୦ ଓ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟବାର ସପକ୍ଷରେ ନିଜ ନିଜ ଦାବି ମଧ୍ୟ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

   Related Posts