ନବରଙ୍ଗପୁର ୨୬/୧୨: ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି ।
{"id":202744,"sizeSlug":"large"}କୁନ୍ଦୁଲି ଘଟଣା ଭଳି ଉକ୍ତ ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ବିଳମ୍ବିତ ନ୍ୟାୟ, ପ୍ରକୃତ ନ୍ୟାୟ ନଥିବାବେଳେ ଘଟଣାରେ ପୋଲିସ ଜାଣିଶୁଣି ନୀରବତା ଅବଲମ୍ବନ କରି ତଦନ୍ତ ଆଳରେ କିଛି ଯୁବକଙ୍କୁ ଥାନାରେ ଅଟକ ରଖି ପୁଣି ଛାଡ଼ିଦେଉଥିବା କଂଗ୍ରେସ ଦଳ ତରଫରୁ ଅଭିଯୋଗ କରାଯାଇଛି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୋଲିସ ନ ପହଞ୍ଚିପାରିବା ପୋଲିସ ତଦନ୍ତର ଶିଥିଳତାକୁ ଦର୍ଶାଉଥିବା କହିଛି ଜିଲ୍ଲା କଂଗ୍ରେସ ।
{"id":202745,"sizeSlug":"large"}ଏଣୁ ପୋଲିସ -ବାହିନୀ ତରଫରୁ ଜାଣିଶୁଣି ମାମଲାକୁ ଚାପିଦେଉଥିବା ଉଦ୍ୟମ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ଯାହାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା କହିଛନ୍ତି କଂଗ୍ରେସ ନେତା । ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି । ରାସ୍ତା ଅବରୋଧ ଫଳରେ ଗମନାଗମନରେ ବାଧା ଉପୁଜିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡିଗୁଡିକ ଅଟକି ରହିଛି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହଇରାଣର ସମ୍ମୁଖୀନ ହେଉଛନ୍ତି । ଏଥିସହ ସହରର ଦୋକାନ ବଜାର ସବୁ ବନ୍ଦ ରହିଛି । ଆନ୍ଦୋଳନ ପରେ ମଧ୍ୟ ଯଦି ପୋଲିସ ଘଟଣାର ପର୍ଦାଫାସ କରୁନାହିଁ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ଓ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି ।