କଂଗ୍ରେସ ବୈଠକରେ ତୁମୁଳକାଣ୍ଡ, କୀର୍ତ୍ତି ଚିଦାମ୍ବରମଙ୍କ ଉପସ୍ଥିତିରେ ପରସ୍ପର ଉପରକୁ ଚୌକି ଫିଙ୍ଗିଲେ କାର୍ଯ୍ୟକର୍ତ୍ତା

Published By : Prameya-News7 Bureau | September 25, 2021 IST

ଚେନ୍ନାଇ ୨୫।୦୯: ବୈଠକରେ ତୁମୁଳକାଣ୍ଡ। ଜୋରଦାର ହଙ୍ଗାମା। ଏପରିକି ପରସ୍ପର ଉପରକୁ ହେଲା ଚୌକିମାଡ। ଆପଣ ଭାବୁଥିବେ ଏମିତି ଘଟଣା ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ  ହୋଇଥିବ। ନା ଆଜ୍ଞା ଏମିତି ଜବରଦସ୍ତ ହଙ୍ଗାମା ଏବଂ  ଅପ୍ରୀତିକର ଘଟଣା କଂଗ୍ରେସ ବୈଠକରେ ହୋଇଛି। ଆଉ କଂଗ୍ରେସ କାର୍ଯ୍ୟକର୍ତ୍ତା ପରସ୍ପରକୁ ଚୌକିରେ ପିଟିବାକୁ ପଛେଇ ନାହାନ୍ତି। ସବୁଠୁ ବଡ କଥା ଏହି ବୈଠକରେ କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ବରମ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ହିଁ କଂଗ୍ରେସ କାର୍ଯ୍ୟକର୍ତ୍ତା ପରସ୍ପର ମଧ୍ୟରେ ହାତାହାତି ହୋଇଥିଲେ।

wp:html /wp:html

ସୂଚନା ଅନୁଯାୟୀ, ଏହି ବୈଠକ ଶିବଗଙ୍ଗା  ଜିଲ୍ଲା କଂଗ୍ରେସ ୟୁନିଟ୍ ପକ୍ଷରୁ ଡକାଯାଇଥିଲା।  ବୈଠକ ଆୟୋଜିତ ହେବାର ଉଦ୍ଦେଶ୍ୟ ଆଗାମୀ  ସ୍ଥାନୀୟ ନିର୍ବାଚନକୁ ନେଇ ଆଲୋଚନା କରିବାର ଥିଲା।  ବୈଠକରେ ପାର୍ଟିର ଦୁଇ ଗୋଷ୍ଠୀର ଲୋକ ପହଞ୍ଚିଥିଲେ। ହେଲେ ବୈଠକ ଆରମ୍ଭ ହେବା ସହ ବିବାଦ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଉଭୟ ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କ ଯୁକ୍ତିତର୍କ ମାରପିଟ୍ ପର୍ଯ୍ୟନ୍ତ ଚାଲିଗଲା ଏବଂ ପରସ୍ପର ଉପରକୁ ଚୌକି ଫିଙ୍ଗିଲେ କାର୍ଯ୍ୟକର୍ତ୍ତା।

ଏହି ଘଟଣାର ସୂଚନା ମିଳିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହଟାଇଥିଲା। କାର୍ଯ୍ୟକର୍ତ୍ତା ସାଂସଦ କୀର୍ତ୍ତି ଚିଦାମ୍ବରମଙ୍କ କଥା ନଶୁଣି ପରସ୍ପର ଝଗଡାରେ ଲିପ୍ତ ରହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.