Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଉଦ୍ଧବ ସରକାରଙ୍କୁ କଂଗ୍ରେସର ଚିଠି, ମୁମ୍ବାଇରେ ବ୍ୟବସାୟୀଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ଅଭିଯୋଗ

19/06/2021 at 5:20 PM

ମୁମ୍ବାଇ ୧୯/୬: ଦୋକାନୀ ଏବଂ ବ୍ୟବସାୟୀଙ୍କ ପ୍ରତି ଉଦ୍ଧବ ଠାକରେଙ୍କ ସରକାର ଅନ୍ୟାୟ କରୁଥିବା କଂଗ୍ରେସ ପତ୍ର ଲେଖି ଅଭିଯୋଗ କରିଛି । ମହାରାଷ୍ଟ୍ରରେ ମହା ବିକାଶ ସରକାରର ଅଂଶୀଦାର କଂଗ୍ରେସର ମୁମ୍ବାଇ ଶାଖା ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲକଡାଉନ୍‌ ଭଳି କଟକଣା ମାମଲାରେ ଲେବଲ୍‌ ୩ ପରିବର୍ତେ ଲେବଲ୍‌ ୧ରେ ରଖିବା ଦରକାର ବୋଲି ମଧ୍ୟ କଂଗ୍ରେସ ଦାବି କରିଛି । ଉଦ୍ଧବ ସରକାର କୋଭିଡ୍‌ କଟକଣାକୁ ୫ ସ୍ତରରେ ବିଭକ୍ତ କରିଛନ୍ତି। ଏଥିରେ ମୁମ୍ବାଇ, ଥାଣେକୁ ଲେବଲ୍‌ ୧ରେ ରଖିବାକୁ ପ୍ରସ୍ତୁତି ଚାଲିଛି। ନିର୍ଦ୍ଧାରିତ ଜିଲ୍ଲା ବା ସ୍ଥାନରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଲେ ତାହାକୁ ଲେବଲ୍‌ ୧ରେ ରଖାଯାଏ। ସେଠାରେ କଟକଣା କୋହଳ କରାଯାଏ।

କରୋନାର ତୃତୀୟ ଲହାରର ଆଶଙ୍କା ଏବଂ ଡେଲଟା ଭାରିଏଣ୍ଟର ପ୍ରଭାବକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମୁମ୍ବାଇକୁ ଲେବଲ୍‌-୩ରେ ରଖିଛନ୍ତି। ଗତ ସପ୍ତାହରେ ବିଏମସି ମୁଖ୍ୟ  ଇକବାଲ ଚହଲ କହିଥିଲେ, ମୁମ୍ବାଇରେ ଦୈନିକ ୧୦୦ରୁ ୨୦୦ ସଂକ୍ରମିତ ଚିହ୍ନଟ ନହେବା ଯାଏଁ ସହରକୁ ଲେବଲ୍‌-୩ରେ ରଖାଯିବ। କିନ୍ତୁ ଶୁକ୍ରବାର ମୁମ୍ବାଇରେ ୭୫୮ ନୂଆ ସଂକ୍ରମିତ ଚହ୍ନଟ ହୋଇଛନ୍ତି । ଏହା ସହ ୧୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

   Related Posts