Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ତୁମୁଳକାଣ୍ଡ, ଅଫିସରେ ଭଙ୍ଗାରୁଜା କରି ତାଲା ପକାଇଲେ

23/03/2019 at 8:37 PM

ଭୁବନେଶ୍ଵର ୨୩/୩- ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ବ୍ୟାପକ ଭଙ୍ଗାରୁଜା କରିବା ସହ କଂଗ୍ରେସ କାର୍ଯ୍ୟାଳୟରେ ପକାଇଛନ୍ତି ତାଲା । କିଛିଦିନ ହେଲା ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ କର୍ମୀଙ୍କ ଭିତରେ ଚାଲିଛି ଏଭଳି ଛକାପଂଝା ଲାଗିରହିଛି ।

ଖବର ନେବାରୁ ଜଣାପଡ଼ିଛି ଯେ ଭୁବନେଶ୍ଵର ଏକାମ୍ର ପାଇଁ ଟିକେଟ ପାଇଥିବା ରଶ୍ମି ମହାପାତ୍ରଙ୍କୁ ବିରୋଧ କରି ଏହି ତୁମୁଳ କାଣ୍ଡ ଘଟିଛି । ଭୁବନେଶ୍ଵର ଏକାମ୍ରରୁ ଆଶାୟୀ ଥିବା ରାଜୁ ପଟ୍ଟ ଟିକେଟ ନପାଇବାରୁ ଅସନ୍ତୁଷ୍ଟ ଥିଲେ । ଆଜି ସଂଧ୍ୟାରେ ୨୦ରୁ ୨୫ଜଣ କର୍ମୀ ଅଚାନକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚି ଲଙ୍କାକାଣ୍ଡ ଘଟାଇଥିଲେ । ଏଥିରେ କାର୍ଯ୍ୟାଳୟର ୨ଟି କଂପ୍ୟୁଟର, ଚେୟାର, ଟେବୁଲ ଭଙ୍ଗାରୁଜା ହୋଇଥିବାବେଳେ କାଗଜପତ୍ର ମଧ୍ୟ ଫିଙ୍ଗାଫୋପଡ଼ା କରାଯାଇଛି । ଆକ୍ରମଣକାରୀମାନେ ଗଲାବେଳେ କାର୍ଯ୍ୟାଳୟର ଦୁଇଟି ଗେଟରେ ତାଲା ପକାଇ ସାଙ୍ଗରେ ଚାବି ନେଇ ପଳାଇଛନ୍ତି । ତେବେ ଏହି କାଣ୍ଡ ବିଜେଡ଼ିର ବୋଲି କିଛି କଂଗ୍ରେସର କର୍ମୀ ଅଭିଯୋଗ କରିଛନ୍ତି ।

ଘଟଣାପରେ କଂଗ୍ରେସ ପକ୍ଷରୁ କେହି କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଏପରିକି ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଂଚିନାହିଁ । ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜେପି ଭଳି କଂଗ୍ରେସରେ ମଧ୍ୟ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ଆଜି ଝାରସୁଗୁଡ଼ା କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କୁ ବିରୋଧ କରି କର୍ମୀମାନେ ଝାରସୁଗୁଡ଼ା ଜି୍ଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ସେହିଭଳି କୋରାପୁଟରେ ନିଜେ ସୁପାରିଶ କରିଥିବା ପ୍ରାର୍ଥୀଙ୍କୁ ଟିକେଟ ନ ମିଳିବାରୁ ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି ଅସନ୍ତୋଷ ପ୍ରକାଶ କରିଛନ୍ତି ।

   Related Posts