Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ କଟକ-ବାରବାଟୀ ବିଧାୟକଙ୍କୁ ନଡାକିବା ପ୍ରସଙ୍ଗ : ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

କଟକ ୧୪|୯: କଟକ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ବାରବାଟୀ-କଟକ ବିଧାୟକଙ୍କୁ କମିଶନରେଟ ପୋଲିସ ନ ଡାକିବା ଘଟଣାକୁ ନେଇ ସହରରେ ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ସହରର ମୁଖ୍ୟ ଛକମାନଙ୍କରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିବା ସହ କଟକ ଡିସିପିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବୈଠକକୁ ବିଧାୟକଙ୍କୁ ନ ଡାକିବା ଦ୍ବାରା ସହରର ଭାଇଚାରରେ ବାଧା ସୃଷ୍ଟି ହେଉଥିବା କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସହରରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଗତ ଗୁରୁବାର କମିଶନରେଟ ପୋଲିସ ପକ୍ଷରୁ ପୂଜା ପ୍ରସ୍ତୁତି ବୈଠକ ବସିଥିଲା । ଯେଉଁଥିରେ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡାକିବାରୁ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ ।

141 Views

   ସମ୍ବନ୍ଧିତ ଖବର