ମଲ୍ ମାଲିକଙ୍କ ପୁଅକୁ କଂଗ୍ରେସ ନେତା ଓ କର୍ମୀଙ୍କ ମାଡ- ଗୁଣ୍ଡା ଗର୍ଦି କରିଥିବା କଂଗ୍ରେସ ନେତାଙ୍କ ଗୋଡ ଧରି ଭୁଲ୍ ମାଗିଲେ ମଲ୍ ମାଲିକ- ଭିଜୁଆଲ୍ ଏବେ ଭାଇରାଲ୍

Published By : Prameya-News7 Bureau | October 10, 2019 IST

ରାୟଗଡା -  ରାୟଗଡାରେ ଜଣେ ବ୍ୟକ୍ତିଙ୍କ  ସପିଙ୍ଗ ମଲ ତିଆରି ବେଳେ ତୁମୁଳ ଗଣ୍ଡଗୋଳ ହୋଇଛି।  ମଲ୍ ମାଲିକଙ୍କ ପୁଅକୁ କଂଗ୍ରେସ କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଯାହାର ଭିଜୁଆଲ ଭାଇରାଲ ହୋଇଛି । ମଲ ମାଲିକଙ୍କ ପୁଅକୁ କଂଗ୍ରେସ କର୍ମୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ ।

{"id":168502}

ରାୟଗଡରେ କଂଗ୍ରେସ କର୍ମୀଙ୍କ ତୁମୁଳ କାଣ୍ଡ । ଜଣେ ଯୁବକଙ୍କୁ ସଂଘବଧ ଭାବେ ଆକ୍ରମଣ କରିଥିଲେ ୧୦ରୁ ଅଧିକ ଯୁବକ । ବିଧା, ଗୋଇଠା ,ଚାପୁଡା କସି ଚାଲିଥିଲେ। ଯାହା ଜଣାଯାଇଛି ମାଡ଼ ମାରୁଥିବା ଏହି ଯୁବକମାନେ କଂଗ୍ରେସ କର୍ମୀ, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଚେଲା ଚାମୁଣ୍ଡା।ଯାହାଙ୍କୁ ମାଡ଼ ମାରିଥିଲେ ସେ ହେଉଛନ୍ତି ବିନୟ ନୀଳକଣ୍ଠ। ରାୟଗଡ଼ାରେ ଏକ ସପିଂ ମଲ ତିଆରି କରୁଥିବା ବାରାଣାସୀ ନିଳକଣ୍ଠଙ୍କ ପୁଅ। ମହିଳାମାନେ ବିନୟଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କୁ ବି ନିସ୍ତାର ପାଇନଥିଲେ ।  ଦୁର୍ଗା ପ୍ରାଦ ସିଧା ଅଶ୍ରାବ୍ୟ ଭାଷାରେ ଧମକ ଦେଉଥିଲେ ଗୋଡ଼ ହାଣିଦେବେ। ଆଉ ପୁଅର ଏ ଅବସ୍ଥା ଦେଖି ନେହୁରା ହୋଇଥିଲେ ବାରାଣାସୀ ନୀଳକଣ୍ଠ। ଆଉ କାଳେ ମାମଲା ଆଗକୁ ଯିବ ତେଣୁ ଦୁର୍ଗା ପ୍ରସାଦଙ୍କ ଗୋଡ଼ ଧରି ଭୁଲ ମାଗିଥିଲେ ବିନୟ।

{"id":168503}

ରାୟଗଡ଼ାର କପିଳାସ ରୋଡ଼ରେ ସପିଂ ମଲ ତିଆରି କରୁଛନ୍ତି ବାରାଣାସୀ।  କଂଗ୍ରେସ ନେତା ଓ କର୍ମୀମାନେସେଠାରେ ପହଞ୍ଚି  ବିରୋଧ କରିବା ସହ ନାରାବାଜି କରିଥିଲେ । ବାରାଣାସୀ ମୁନିସିପାଲିଟି ରାସ୍ତାକୁ ଅବରୋଧ କରି ମଲ ତିଆରି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯାହାକୁ ସପିଂ ମଲର ମାଲିକଙ୍କ ପୁଅ ବିନୟ ପ୍ରତିରୋଧ କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଓ ଯୁବ କଂଗ୍ରେସ ସମ୍ପାଦକ ବାଦଲ ମହାନ୍ତି ଓ ସେମାନଙ୍କ ଚେଲାଚାମୁଣ୍ଡା ମିଳିମିଶି ଘେରିଯାଇଥିଲେ ବିନୟଙ୍କୁ ଓ ଗୋଇଠା ବିଧା ଚାପୁଡ଼ା ମାରିଚାଲିଥିଲେ।   ବିବାଦ ଓ ଉତ୍ତେଜନା ବଢିବା ପରେ ମଲରେ ପୂଜାର୍ଚ୍ଚନା ବନ୍ଦ କରିଦିଆଯାଥିଲା । ଶେଷରେ ମଲ ମାଲିକ ପୁଅ ବିନୟ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଗୋଡଧରି କ୍ଷମା ମାଗିଥିଲେ।

{"id":168504}

କଂଗ୍ରେସ କର୍ମୀଙ୍କୁ ଆଇନକୁ ହାତକୁ ନେବାର ଅଧିକାର ଦେଲା କିଏ । ।   ମାଡ଼ ଖାଇବା ପରେ ମଧ୍ୟ ନୀଳକଣ୍ଠ ପରିବାର ଥାନାକୁ ଯାଉନାହାନ୍ତି କାହିଁକି?  ଏ ଭିଜୁଆଲ ଭାଇରାଲ ହେବା ସତ୍ତ୍ବେ ପୋଲିସ ନିଜ ଆଡୁ ଆକ୍ସନକୁ ବି କାହିଁକି ଆସୁନାହିଁ ତାହା ବି ଆଶ୍ଚର୍ଯ୍ୟ କରୁଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.