ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦ, ମୋଦିଙ୍କ ପୋଷ୍ଟର ଚିରିଲା ଯୁବ କଂଗ୍ରେସ

Published By : Prameya-News7 Bureau | February 24, 2021 IST

ଚଣ୍ଡିଖୋଲ ୨୪।୨: ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଯୁବ କଂଗ୍ରେସ ପକ୍ଷରୁ ବ୍ଲକରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ହୋଡିଂରେ ଲଗାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ କାଳୀ ପକାଇବା ସହ ଚିରାଯାଇଛି । ଯାଜପୁର ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚର୍ଚ୍ଚିତ ମାହାଲଙ୍କ ନେତୃତ୍ବରେ ଯୁବ କଂଗ୍ରେସ ପକ୍ଷରୁ ବନ୍ଦାଳଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ଲାଗିଥିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରକୁ ଚିରିଛନ୍ତି ।

ପେଟ୍ରୋଲ ପମ୍ପ ପରିସରରେ କେନ୍ଦ୍ର ସରକାର ବିରୋଧୀ ନାରାବାଜି କରାଯାଇଛି । ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ । ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର କମ୍ ନହେଲେ ପ୍ରତିଦିନ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.