କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

Published By : Prameya-News7 Bureau | April 22, 2019 IST

ଭୁବନେଶ୍ୱର ୨୨/୪ : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରେ କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି କଂଗ୍ରେସ କର୍ମୀମାନେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନିରବ ଧାରଣା ଦେଇଛନ୍ତି | କଂଗ୍ରେସ କର୍ମୀମାନେ ମୁହଁରେ କଲା ପଟ୍ଟୀ ବାନ୍ଧି ଗତକାଲି ଘଟିଥିବା ହିଂସା ଘଟଣାରେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ଏଥିସହିତ ଘସିପୁରା ଅତି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଏଠାରେ ଅଧିକ ସୁରକ୍ଷାବଳ ନିୟୋଜନ ପାଇଁ ମଧ୍ୟ ଦାବି କରାଯାଇଛି | ବିଭିନ୍ନ ବୁଥରେ ସିସିଟିଭି ଲଗାଇବା ପାଇଁ ଦାବି ସହ ବିଜେଡି ବୁଥ ରିଗିଙ୍ଗ କରିବା ଆଶଙ୍କା ପ୍ରକାଶ କରିଛି କଂଗ୍ରେସ |

{"id":106066}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.