କଳାହାଣ୍ଡିରେ ମନ୍ତ୍ରୀ ଓ ବିଧାୟକଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ
13/01/2021 at 12:14 PM

କଳାହାଣ୍ଡି ୧୩।୧: କଳାହାଣ୍ଡିରେ ମନ୍ତ୍ରୀ ଓ ବିଧାୟକଙ୍କ ଗାଡି ଆଗରେ କଳା ପତାକା ପ୍ରଦର୍ଶନ । ଭବାନୀପାଟଣା ସର୍କିଟ୍ ହାଉସ ନିକଟରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏଭଳି କଳାପତାକା ପ୍ରଦର୍ଶନ କରାଯାଇଛି । ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନୀ ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି ଛାତ୍ର ଓ ଯୁବ କଂଗ୍ରେସ । କଳାହାଣ୍ଡିରେ ଉନ୍ନୟନ କାର୍ଯ୍ୟ ହେଉ ନଥିବା ପ୍ରତିବାଦରେ କଳା ପତାକା ପ୍ରଦର୍ଶନ କରାଯାଇଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତର ପ୍ରସ୍ତୁତି ସମୀକ୍ଷା ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କଳାହାଣ୍ଡି ଗସ୍ତରେ ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।