ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ତାଳି ଓ ଖଞ୍ଜଣି ବଜାଇ ଅଭିନବ ପ୍ରତିବାଦ

Published By : Prameya-News7 Bureau | July 07, 2021 IST

ପାଟଣା, ୦୭/୦୭: ଦିନକୁ ଦିନ ତୈଳଦରର ଅହେତୁକ ବୃଦ୍ଧି ଓ ଚାଷୀଙ୍କ ଟୋକନ ଅବଧି ବୃଦ୍ଧି ଦାବିରେ କଂଗ୍ରେସ ପକ୍ଷରୁ ପାଟଣା ଓ ସାହାରପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ପ୍ରତିବାଦ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ମାନେ ତାଳି ଓ  ଖଞ୍ଜଣି ବଜାଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବ୍ଲକ ସଭାପତି ଶତ୍ରୁଘନ ସିଂଙ୍କ ନେତୃତ୍ୱରେରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ, ବରିଷ୍ଠ ନେତା କୈଳାଶ ଚନ୍ଦ୍ର ବାରିକ, ଲକ୍ଷ୍ମଣ ଦାଶଙ୍କ ସମେତ କଂଗ୍ରେସ କର୍ମୀମାନେ ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲଚନା କରିବା ସହ ଆଗାମୀ ଦିନରେ ତୈଳ ଦର ନକମିଲେ ଆନନ୍ଦୋଳନ ଜାରି ରହିବ ବୋଲି କର୍ମୀମାନେ ଚେତାବନୀ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.