Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଲାପ ଫୁଲ ଓ ଚକୋଲେଟ ଦେଇ ବନ୍ଦ ପାଳିଲା କଂଗ୍ରେସ

10/09/2018 at 1:04 PM

ଭୁବନେଶ୍ୱର ୧୦/୯ : ବିଧାନସଭା ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଥିଲେ | ବିଧାନସଭାକୁ ଆସୁଥିବା କର୍ମଚାରୀ ଓ ନେତା ମାନଙ୍କୁ କଂଗ୍ରେସ କର୍ମୀମାନେ କାର୍ଯ୍ୟରେ ଯୋଗ ନଦେବା ପାଇଁ ଅନୁରୋଧ କରିଥିଲେ | କଂଗ୍ରେସ ପାଳନ କରୁଥିବା ବନ୍ଦ ପଛର କାରଣ ସମ୍ପର୍କରେ ସେମାନଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ | ତେବେ ଏହି ସମୟରେ କଂଗ୍ରେସ କର୍ମୀମାନେ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ ଯାହା ବେଶ ଚର୍ଚ୍ଚାର ବିଷୟ ହୋଇଛି | ବନ୍ଦ ପାଳନ ପାଇଁ ଉଗ୍ର ଆଭିମୁଖ୍ୟ ପ୍ରଦର୍ଶନ କରିବା ବଦଳରେ ବିଧାନସଭାର କର୍ମଚାରୀ ଓ ନେତାମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ କାର୍ଯ୍ୟରୁ ନିବୃତ ରହିବ ପାଇଁ ଅନୁରୋଧ କରିବା ଦୃଶ୍ୟ ବେଶ ଚର୍ଚ୍ଚିତ ହୋଇଛି |

   Related Posts