ଚାଉଳ ଯୋଗାଣରେ ଅନିୟମିତତା ଅଭିଯୋଗ, କଂଗ୍ରେସ ବିଧାୟକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | July 06, 2021 IST

ବଲାଙ୍ଗିର ୬।୭: ବଲାଙ୍ଗିର ଜିଲ୍ଲାରେ ଚାଉଳ ଯୋଗାଣରେ ଅନିୟମିତତା ଓ ଠକେଇ ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ, କଣ୍ଟାବାଞ୍ଜିର କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବ୍ୟବସାୟୀ କବି ସାହୁ ଚାଉଳ ଯୋଗାଣରେ ଅନିୟମିତତା ସମ୍ପର୍କରେ 'ପ୍ରମେୟ'ରେ ଲଗାତାର ଖବର ପ୍ରକାଶ ପାଇଥିଲା । ପରେ ଚାଉଳ ଘୋଟାଲା ସାମ୍ନାକୁ ଆସିବା ସହ ହଇଚଇ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ମଙ୍ଗଳବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି କବି ସାହୁ ଓ ଟିକେଲାଲ ସାହୁଙ୍କ ଗିରଫ ଦାବି କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.