ଆରଏସ୍ଏସ୍ ଗଡରେ ବିଜେପିକୁ ଜୋର ଝଟ୍‌କା , ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସକୁ ସର୍ବାଧିକ ଆସନ

Published By : Prameya-News7 Bureau | January 08, 2020 IST

ମୁମ୍ବାଇ ୦୮।୦୧: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ କ୍ଷେତ୍ର ତଥା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଗଡ ବୋଲି କୁହାଯାଉଥିବା  ନାଗପୁରରେ ପାର୍ଟିକୁ ଜୋରଦାର ଝଟକା ଲାଗିଛି । ନାଗପୁରର ଧୋପେବାଡାରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପରାଜୟର  ସାମ୍ନା କରିବାକୁ ପଡିଛି । ଏଠାରେ କଂଗ୍ରେସର ପ୍ରତ୍ୟାଷୀ ବିଜୟୀ ହୋଇଛନ୍ତି । ୩୧ଟି ସିଟ୍ ବିଜୟୀ ସହ କଂଗ୍ରେସ ଏଠାରେ ସବୁଠାରୁ ବଡ ପାର୍ଟି ହୋଇ ଉଭା ହୋଇଛି ।

କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାଗପୁରରେ ଧପେବାଡା ଗାଁ । ଏହି ଅଞ୍ଚଳରେ ନୀତିନ ଗଡକରୀଙ୍କ ଲାଗ ବିଜେପି ଶକ୍ତିଶାଳୀ ହୋଇଛି ବୋଲି ମନେକରାଯାଏ । ଏହା ସହ ଏଠାରେ ଆରଏସଏସ ମୁଖ୍ୟାଳୟ ରହିଛି । ସଂଘ ଏଠାରେ ବେଶ ମଜବୁତ ।  କିନ୍ତୁ ଏହି ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ପ୍ରତ୍ୟାଷୀ ମହେନ୍ଦ୍ର ଡୋଙ୍ଗରେ ବିଜୟୀ ହୋଇଛନ୍ତି ।  ଜିଲ୍ଲା ପରିଷଦ ନିର୍ବାଚନରେ ମହେନ୍ଦ୍ର ଡୋଙ୍ଗରେଙ୍କୁ ୯,୪୪୪ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ମୋମକୁବରଙ୍କୁ ମାତ୍ର ୫,୫୦୧ଖଣ୍ଡ ଭୋଟ ମିଳିଛି । ଜିଲ୍ଲା ପରିଷଦର ଧାପେବାଡା ସିଟ୍‌କୁ ବିଜେପି ୩ଥର  ନିଜ ଅକ୍ତିଆରରେ ରଖିଛି । ନାଗପୁର ଜିଲ୍ଲା ପରିଷଦରେ ମୋଟ ୫୮ଟି ସିଟ୍ ରହିଛି । ଏହି ନିର୍ବାଚନ ପାଇଁ ମଙ୍ଗଳବାର ଦିନ ଭୋଟ ଗ୍ରହଣ କରାଯାଇଥିଲା । ବୁଧବାର ଦିନ ମତଗଣନା ହୋଇଥିଲା । ନିର୍ବାଚନରେ ପରାଜୟ ବିଜେପି ପାଇଁ ଏକ ବଡ ଝଟକା । ବିଜେପି ହାରିଥିବା ନାଗପୁରରେ ବିଜେପିକୁ ନିର୍ବାଚନରେ ସହଯୋଗ କରୁଥିବା ସଂଗଠନ ଆରଏସଏସର ମୁଖ୍ୟାଳୟ ମଧ୍ୟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.