Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଟିକେଟ୍ ଦେବା କ୍ଷେତ୍ରରେ ମହିଳାଙ୍କୁ ଅବହେଳା, କଂଗ୍ରେସ ଭବନ ଫାଟକରେ ତାଲା ପକାଇ ଧାରଣାରେ ବସିଲା ମହିଳା କଂଗ୍ରେସ

31/03/2019 at 4:12 PM

ଭୁବନେଶ୍ବର ୩୧|୩ : ରାଜନୀତିରେ ଘଡିକେ ଘୋଡା ଛୁଟୁଛୁ । କିଏ କେତେବେଳେ କେଉଁ ଦଳରେ ଯୋଗ ଦେଉଛି ତ କିଏ ଦଳ ଛାଡୁଛି । ଏଭଳି ସ୍ଥିତିରେ ରାଜ୍ୟର ତିନି ପ୍ରମୁଖ ଦଳ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ଏବେବି କିଛି ଆସନର ପ୍ରାର୍ଥୀ ଘୋଷଣା ଝୁଲିକି ରହିଛି । ତେବେ ଏଭଳି ସ୍ଥିତିରେ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଟିକେଟ୍ ବଣ୍ଟାକୁ କେନ୍ଦ୍ରକରି ମହିଳା କର୍ମୀମାନେ ତାତିଛନ୍ତି । କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା କଂଗ୍ରେସର ସଦସ୍ୟ । ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ବରେ ମହିଳା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି । ଯେପର୍ଯ୍ୟନ୍ତ ପିସିସି ସଭାପତି ନଆସି ତାଙ୍କ ସହ ଆଲୋଚନା କରିନାହାନ୍ତି ସେ ପର୍ଯ୍ୟନ୍ତ ଧାରଣାରୁ ଓହରିବେନାହିଁ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି ।

ମହିଳାମାନଙ୍କୁ ଦଳ ଉପେକ୍ଷିତ କରିଥିବା ଅଭିଯୋଗ ହୋଇଛି । ମହିଳା କଂଗ୍ରେସ ସଭାନେତ୍ରୀଙ୍କ ମଧ୍ୟ ଟିକେଟ୍ ଦିଆଯାଇନାହିଁ । କଂଗ୍ରେସର ଘୋଷଣା ହୋଇଥିବା ୧୧୧ଟି ବିଧାନସଭା ଆସନ ମଧ୍ୟରୁ ୧୦ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ନେଇ ମହିଳା କଂଗ୍ରେସ ସଭାନେତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟ ଟିକେଟ୍ ବଣ୍ଟା ବେଳଠାରୁ ହିଁ ବିଦ୍ରୋହ ଦେଖାଦେଇଥିଲା । ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରିଲାନାହିଁ । ଯାହା ଫଳରେ ବାଧ୍ୟ ହୋଇ ଆଜି ମହିଳା କଂଗ୍ରେସ ନେତ୍ରୀମାନେ ଫାଟକରେ ତାଲା ପକାଇ ଧାରଣାରେ ବସିରହିଛନ୍ତି ।

ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି ଯେ, ତାଙ୍କୁ ଦଳ ଟିକେଟ୍ ନଦେଇ ଉପେକ୍ଷା କରିଛି ।

   Related Posts