ମହିଳା କଂଗ୍ରେସ କର୍ମୀଙ୍କୁ ଘେରିଯାଇ ପିଟିଲେ ତାଙ୍କରି ଦଳର ନେତା ଓ କର୍ମୀ: ଦଳୀୟ ପ୍ରାର୍ଥୀଙ୍କୁ ଦୁଷ୍ମର୍ମକାରୀ କହିଲେ ବୋଲି..

Published By : Prameya-News7 Bureau | October 11, 2020 IST

ଦେବାରିୟା ୧୧/୧୦: ଭାରତକୁ ଦୀର୍ଘ ବର୍ଷ ଶାସନ କରିଥିବା ଦଳ କଂଗ୍ରେସର ନେତା ନିଜ ଦଳର ମହିଳା କର୍ମୀଙ୍କୁ କରୁଛନ୍ତି ଦୁର୍ବ୍ୟବହାର। କଂଗ୍ରେସ୍‌ ନେତାଙ୍କ ବୟାନ ଓ କାର୍ଯ୍ୟ ବିଭିନ୍ନ ସମୟରେ ଦେଶର ରାଜନୀତିରେ ରୋମାଞ୍ଚ ଭରୁଥିବା ଦେଖିବାକୁ ମିଳେ। କିନ୍ତୁ ଉତ୍ତରପ୍ରଦେଶର ଦେବାରିୟା ଜିଲ୍ଲାର ମହିଳା କଂଗ୍ରେସ୍‌ ନେତ୍ରୀଙ୍କୁ ଖୋଦ୍‌ ପାର୍ଟିର ଅନ୍ୟ ନେତା ମାଡ଼ମାରିବା ଘଟଣା ଏବେ ରାଜନୀତକୁ ସରଗରମ କରିଛି । ଦଳର ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିବାରୁ ଏଭଳି ଦଶା ଭୋଗିବାକୁ ପଡ଼ିଛି ବୋଲି ମହିଳା ନେତ୍ରୀ ତାରା ଯାଦବ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦେବାରିୟାରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ କଂଗ୍ରେସ ମୁକୁନ୍ଦ ଭାସ୍କରଙ୍କୁ ଟିକେଟ୍ ଦେଇଛି। ପାର୍ଟିର ଏଭଳି ନିଷ୍ପତ୍ତିରେ ପ୍ରଶ୍ନ ଉଠାଇବା ସହ ବିରୋଧ କରିଥିଲେ ମହିଳା ନେତ୍ରୀ ତାରା ଯାଦବ । ତେଣୁ ବୈଠକରେ ଉପସ୍ଥିତ ଅନ୍ୟ କଂଗ୍ରେସ୍‌ ନେତା ତାଙ୍କୁ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଜଣେ ବଳାତ୍କାରୀକୁ କାହିଁକି ଟିକେଟ୍‌ ଦେଉଛ ବୋଲି ପ୍ରଶ୍ନ କରି ଏଭଳି ଆକ୍ରୋଶର ଶୀକାର ହୋଇଥିବା କହିଛନ୍ତି ତାରା ଯାଦବ।

{"id":342457,"width":579,"height":356,"sizeSlug":"large"}

ଏ ସମସ୍ତ ଘଟଣା ପାଇଁ ଦଳର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି ତାରା। ତାରାଙ୍କ କହିବା ଅନୁଯାୟୀ, ସେ ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ଜବାବକୁ ଅପେକ୍ଷା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଗୋଟିଏ ପଟେ ଆମ ଦଳ(କଂଗ୍ରେସ) ହାଥ୍‌ରସ ମାମାଲାରେ ନ୍ୟାୟ ଦେବାକୁ ଲଢ଼େଇ କରୁଛି ଅନ୍ୟପଟେ ଜଣେ ବଳତ୍କାରୀକୁ ଟିକେଟ୍‌ ଦେଉଛି ଦଳ। ଏହା ଏକ ଭୁଲ ନିଷ୍ପତ୍ତି। ଏହି ନିଷ୍ପତ୍ତି ପାର୍ଟିର ଛବିକୁ ମଳୀନ କରିବ।’

ଅନ୍ୟପଟେ ମହିଲା ଆୟୋଗ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି। ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି, ଏହି ଘଟଣାକୁ ଆମେ ଯାଞ୍ଚ କରୁଛୁ। ପାଖାପାଖି ୨୫ ଲୋକ ମହିଳା ନେତାଙ୍କୁ ମାଡ଼ ମାରୁଥିବା ଜଣାପଡ଼ିଛି। ଏହା ଏକ ଗମ୍ଭୀର ମାମଲା। ନାରୀ ନେତ୍ରୀଙ୍କୁ ଦଳରେ ଦୁର୍ବ୍ୟହାର କରାଯାଉଛି। ଏବେ ସମୟ ଆସିଛି ସେମାନଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ରେଖା ଶର୍ମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.