୧ ତାରିଖରେ କଂଗ୍ରେସ ୫୦ ବିଧାୟକଙ୍କ ଟିକେଟ ଘୋଷଣା ପାଇଁ ଆରମ୍ଭ କରିବ ପ୍ରକ୍ରିୂୟା, ପିଇସିରେ ୪ ବରିଷ୍ଠ ନେତା
28/09/2018 at 6:02 PM

ଭୁବନେଶ୍ବର୨୮|୯: ସ୍କ୍ରିନିଂ କମିଟି ବୈଠକ ବସିବା ଆଗରୁ ପିଇସି କମିଟିକୁ ସଜାଡିଲେ ପିସିସି ସଭାପତି । ଅସେନ୍ତାଷ ଚାପିବାକୁ ଉଦ୍ୟମ କରିଛନ୍ତି । ବାଦ ଦେଇଥିବା ବରିଷ୍ଠ ନେତା ପୁଣି ପିଇସି କମିଟିରେ ଲୋଡିଛନ୍ତି ପିସିସି । ଯାହାକୁ ନେଇ ବରିଷ୍ଠ ନେତାମାନେ ଉତ୍ସାହିତ ହୋଇଥିଲେ ବି ତେରଛା ବାଣ ମାରିବାକୁ ଭୁଲି ନାହାନ୍ତି । ଏପଟେ ଟିକେଟ ବାଣ୍ଟିବା ପାଇଁ ୧ ତାରିଖରେ ବସିବ ସ୍କ୍ରିନିଂ କମିଟି ବୈଠକ । ଏଆଇସିସିରୁ ଆସିଥିବା ସ୍କ୍ରିନିଂ କମିଟି ମେମ୍ବରମାନେ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ମଣ୍ତଳୀ ସ୍ଥିତି ନେଇ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ।…
ଆରମ୍ଭରୁ ସାଇଡ କରିଥିଲେ ଏବେ ଆପଣାଇଲେ। କଂଗ୍ରେସ ପ୍ରଦେଶ ଇଲେକସନ କମିଟିରେ ସାମିଲ ହେଲେ ୪ ବରିଷ୍ଠ ନେତା। ପିଇସି କମିଟିରେ ସାମିଲ ହେଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଲେଙ୍କା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ପିସିସି ସଭାପତି ପ୍ରଥମେ ଏମାନଙ୍କୁ କମିଟିରୁ ଦୂରେଇ ରଖିଥିଲେ। ଯେଉଁଥିପାଇଁ କଂଗ୍ରେସରେ ଅସନ୍ତୋଷ ମୁଣ୍ତ ଟେକିଥିଲା । ରାହୁଲ ଗାନ୍ଧୀଙ୍କ ପାଖରେ ଖବର ପହଞ୍ଚିବା ପରେ ବଦଳିଥିଲା ନିଷ୍ପତ୍ତି। ଏମାନଙ୍କୁ ସ୍ମତନ୍ତ୍ର ଅତିଥି ଭାବେ ପିଇସି କମିଟିରେ ରଖାଯାଇଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କିନ୍ତୁ ଯୁକ୍ତି ବାଢ଼ିଛନ୍ତି ପ୍ରର୍ଥୀ ଚୟନ କରିବା ପାଇଁ ଏମାନଙ୍କ ପରାର୍ମଶ ନିତ୍ୟାନ୍ତ ଜରୁରୀ । ଯେଉଁଥିପାଇଁ ଏହି ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି।
ପିଇସି କମିଟି ସ୍ଥାନ ପାଇବା ଶୁଣି ନେତା ବି ଖୁସ । କାରଣ ଏମାନଙ୍କୁ କଂଗ୍ରେସରେ ଅଲୋଡା କରିଥିଲେ । ଯାହାକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ଉଠିଥିଲା ପଡିଥିଲା। ହେଲେ ଶେଷରେ ଏମାନଙ୍କ କଥା ରହିଛି। ଆସନ୍ତ ୧ତାରିଖରେ ପିଇସି କମିଟି ବୈଠକରେ ଯୋଗ ଦେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଉ ନେତାଏ ତେରେଛା ବାଣ ମାରିଛନ୍ତି ଯେ କଂଗ୍ରେସରେ ବାଦ୍ ରାଜନୀତି ଚଳିବ ନାହିଁ । ଏଠି ସମସ୍ତେ ଅସ୍ଥାୟୀ, କେହି ସ୍ଥାୟୀ, ତେଣୁ ସମସ୍ତେ ନିମନ୍ତ୍ରିତ ବୋଲି କହିଛନ୍ତି ଶରତ ରାଉତ।
ଆସନ୍ତ ୧ ତାରିଖରେ ୫୦ ଜଣ ବିଧାୟକଙ୍କ ଟିକେଟ ଘୋଷଣା କରିବା ପାଇଁ କଂଗ୍ରେସ ଭବନରେ ବସିବ ସ୍କ୍ରନିଂ କମିଟି ବୈଠକ। ଏହି ବୈଠରେ ଟିକେଟ ବାଣ୍ଟିବା ଏବଂ ନିର୍ବାଚନ ମଣ୍ତଳୀରେ କଣ ପୋଜିସନ ସେ ନେଇ ମଧ୍ୟ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବେ ଦିଲ୍ଲୀରୁ ଆସିଥିବା ସ୍କ୍ରନିଂ କମିଟି ସଦସ୍ୟ। ଏପଟେ କଂଗ୍ରେସ ପକ୍ଷରୁ ଆକ୍ଟୋବର ୨ରୁ ଗାନ୍ଧୀ ଜୟନ୍ତୀ ଅବସରରେ ସବୁ ବ୍ଲକରେ ଗାନ୍ଧିଜୀ ଷ୍ଟଡି ସେଣ୍ଟର ଖୋଲାଯିବ। ଗାନ୍ଧିଜୀ ଜୀବନୀ ଉପରେ ଲିଖିତ ପୁସ୍ତକ ରଖିବା ସହ ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରିବ କଂଗ୍ରେସ।