ପ୍ରବାସୀଙ୍କ ରେଳ ଯାତ୍ରା ପାଇଁ ଖର୍ଚ୍ଚ କରିବ କଂଗ୍ରେସ, ପ୍ରତ୍ୟେକ ପିସିସି ସେମାନଙ୍କ ରାଜ୍ୟ ଶ୍ରମିକଙ୍କ ଖର୍ଚ୍ଚ ବହନ କରିବେ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ଭାରତୀୟ ଜାତୀୟ କଂଗ୍ରେସ ବଡ଼ ନିଷ୍ପତ୍ତି । ପ୍ରବାସୀଙ୍କ ଟ୍ରେନ ଯାତ୍ରା ଖର୍ଚ୍ଚ ବହନ କରିବାକୁ କଂଗ୍ରେସର ଘୋଷଣା । କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ପ୍ରତ୍ୟେକ ପ୍ରଦେଶ କଂଗ୍ରେସ କମିଟି ପ୍ରତ୍ୟେକ ଅଭାବୀ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ପାଇଁ ଖର୍ଚ୍ଚ ବହନ କରିବେ ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଏନେଇ ନ୍ୟାସନାଲ କଂଗ୍ରେସ ଟ୍ବିଟର ପେଜରେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି । 

wp:core-embed/twitter {"url":"https://twitter.com/INCIndia/status/1257136615295762432","type":"rich","providerNameSlug":"twitter","className":""}
https://twitter.com/INCIndia/status/1257136615295762432
/wp:core-embed/twitter

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନେଇ କହିଛନ୍ତି ଏହା ଆମର ଦେଶବାସୀଙ୍କ ସେବାରେ ଭାରତୀୟ ଜାତୀୟ କଂଗ୍ରେସର ନମ୍ର ଅବଦାନ ଏବଂ ସେମାନଙ୍କ ସହ ଏକତା ମଧ୍ୟରେ କାନ୍ଧରେ ଠିଆ ହେବା  ଏହା ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଆମ ଅନୁରୋଧକୁ ରେଳମନ୍ତ୍ରଣାଳୟ ଅଣଦେଖା କରିଛି । ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ରେଲୱେ କୌଣସି ବ୍ୟବସ୍ଥା କରିନାହିଁ । ସେହିପରି ପ୍ରବାସୀଙ୍କ ସମସ୍ୟାକୁ ସେ ଗୁରୁତ୍ବ ଆରୋପ କରିଛନ୍ତି । ସେ କହିଛନ୍ତି ଶ୍ରମିକମାନେ ହେଉଛନ୍ତି ଆମ ଦେଶର ଉନ୍ନତିର ଦୂତ । ତେବେ ରେଲୱେ ପ୍ରଧାନମନ୍ତ୍ରୀଙ୍କ କରୋନା ଫଣ୍ଡକୁ ୧୫୧ କୋଟି ଟଙ୍କା ଦାନ କରୁଥିବା ବେଳେ ଶ୍ରମିକଙ୍କ ପାଇଁ ମାଗଣା ଟ୍ରେନ ବ୍ୟବସ୍ଥା ନକରିବାକୁ ସେ ନାପସନ୍ଦ କରିଛନ୍ତି । ଶ୍ରମିକ ମାନେ ଦେଶର ଅର୍ଥନୀତିର ମେରୁଦଣ୍ଡ । ସେମାନଙ୍କ କଠିନ ପରିଶ୍ରମ ଏବଂ ଅବଦାନ ଦେଶ ପ୍ରତିଷ୍ଠାର ମୂଳଦୁଆ । ଦେଶ ପ୍ରଥମ ଥର ପାଇଁ ଏପରି ସମସ୍ୟା ଭୋଗୁଥିବା ବେଳେ ଦେଶର ପ୍ରକୃତ ନିର୍ମାତା ଶହ ଶହ କିଲୋମିଟର ପାଦରେ ଚାଲି ଭିଟାମାଟିକୁ ଫେରୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.