ରାଜସ୍ଥାନ ରାଜଭବନ ସମ୍ମୁଖରେ ସୋମବାର ବିକ୍ଷୋଭ କରିବନି କଂଗ୍ରେସ: ପିସିସି ସଭାପତି

Published By : Prameya-News7 Bureau | July 26, 2020 IST

ଜୟପୁର ୨୬।୭: ସାରା ଦେଶରେ କଂଗ୍ରେସ ଆରମ୍ଭ କରିଥିବା ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନରେ ରାଜସ୍ଥାନ କଂଗ୍ରେସ ସୋମବାର ରାଜଭବନ ସମ୍ମୁଖରେ ପ୍ରସ୍ତାବିତ ବିକ୍ଷୋଭ ପ୍ରତ୍ୟାହାର କରିଛି। ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦସିଂ ଡୋଟାସରା ରବିବାର ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସାରା ଦେଶରେ ସୋମବାର ରାଜଭବନ ସମ୍ମୁଖରେ ସମ୍ବିଧାନ ଓ ଗଣତନ୍ତ୍ର୍ ବଞ୍ଚାଅ ଆନ୍ଦୋଳନ ଡାକରା ଦେଇଛି। ତେବେ ଏଥିରୁ ରାଜସ୍ଥାନ କଂଗ୍ରେସ ନିଜକୁ ଦୂରେଇ ନେଇଛି।

ଏନେଇ ଡୋଟାସରା ତାଙ୍କ ଅଧିକାରୀକ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟପାଳଙ୍କୁ କ୍ୟାବିନେଟ୍‌ର ରିଭାଇଜ ନୋଟ୍ ଆମେ ପଠାଇ ଦେଇଛୁ। ଏଣୁ ଆଶା କରୁଛୁ ସେ ଖୁବ୍ ଶୀଘ୍ର ବିଧାନସଭା ଅଧିବେଶନ ଆହ୍ୱାନ କରିପାରନ୍ତି। ସୂଚନା ଯୋଗ୍ୟ ଯେ ବିଧାନସଭା ଅଧିବେଶନ ଆହ୍ୱାନ ଲାଗି କଂଗ୍ରେସ ବିଧାୟକମାନେ ଶୁକ୍ରବାର ରାଜଭବନକୁ ଯାଇଥିଲେ। ସେଠାରେ ପ୍ରାୟ ୫ ଘଣ୍ଟାକାଳ ଧାରଣା ଦେବା ପରେ ରାଜ୍ୟପାଳ କଲରାଜ ମିଶ୍ର ରାଜ୍ୟ ସରକାରଙ୍କୁ ୬ଟି ପ୍ରସଙ୍ଗରେ ସ୍ପଷ୍ଟିକରଣ ମାଗିଥିଲେ।

ସେପଟେ ସୋମବାର ସୁପ୍ରିମକୋର୍ଟରେ ସଚ୍ଚିନପାଇଲଟଙ୍କ ଗୋଷ୍ଠୀ ବିଧାୟକଙ୍କ ପିଟିସନର ଶୁଣାଣି କରିବେ। ଏଥିରେ ବିଧାନସଭା ବାଚସ୍ପତି ଏବେ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ବିଧାୟକଙ୍କ ପିଟିସନର ଶୁଣାଣି କୋର୍ଟ କରିବେ କି ନା ତା ଉପରେ ଏବେ ସମସ୍ତଙ୍କ ନଜର। ବିଧାୟକମାନଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତିଙ୍କ ଅଧିକାର ହାଇକୋର୍ଟ ପ୍ରଥମରୁ ଉଲ୍ଲଂଘନ କରିସାରିଛନ୍ତି। ଏଥିରେ ବାଚସ୍ପତି ସୁପ୍ରିମକୋର୍ଟ ଯିବା ପରେ ପ୍ରସଙ୍ଗରେ ହାଇକୋର୍ଟ ତାଙ୍କ ରାୟ ବଦଳାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.