ରାଜସ୍ଥାନରେ ସରକାର ଗଠନ କରିବ କଂଗ୍ରେସ : ସଚିନ ପାଇଲଟ

Published By : Prameya-News7 Bureau | December 11, 2018 IST

ଜୟପୁର ୧୧/୧୨ : ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ପରିସ୍ଥିତିରେ ରାହଗିଚନ୍ତି | ରାଜସ୍ଥାନର ସମୁଦାୟ ବିଧାନସଭା ଆସନ ୧୯୯ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୯୩ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି ୮୩ଟି ଆସନରେ ଆଗୁଆ ରହିଛି | ଅନ୍ୟାନ୍ୟ ଦଳ ୨୩ଟି ଆସନରେ ଆଗୁଆ ରହିଛନ୍ତି | ତେବେ କଂଗ୍ରେସ ନେତା ସଚିନ ପାଇଲଟ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଜସ୍ଥାନରେ କଂଗ୍ରେସ ହିଁ ସରକାର ଗଠନ କରିବା | ଆସନ୍ତାକାଲି ଜୟପୁର ଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ | କଂଗ୍ରେସକୁ ଅଧିକ ସଂଖ୍ୟାରେ ଭୋଟ ଦେଇଥିବାରୁ ସଚିନ ରାଜସ୍ଥାନବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି | ବିଜେପି ବ୍ୟତୀତ ଅନ୍ୟ ଯେକୌଣସି ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ତାହା ବିଜେପି ବିରୋଧରେ ଜନାଦେଶ ବୋଲି ସଚିନ କହିଛନ୍ତି | ରାଜସ୍ଥାନରେ ଯଦି କଂଗ୍ରେସ ସରକାର ଗଠନ କରେ ତାହେଲେ ମୁଖ୍ୟମନ୍ତ୍ରଟି କିଏ ହେବ ତାକୁ ନେଇ ଦ୍ଵନ୍ଦ ରହିଛି | ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରୁ ଦଳୀୟ ହାଇକମାଣ୍ଡ କାହାକୁ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.