ଦିଲ୍ଲୀ କଂଗ୍ରେସର ରୁଦ୍ଧଦ୍ବାର ବୈଠକ : ଏଥର ପକ୍କା, ଫେବ୍ରୁଆରୀ ଶେଷ ସୁଦ୍ଧା କଂଗ୍ରେସ ସବୁ ପ୍ରାର୍ଥୀ ଘୋଷଣା କରିବ

Published By : Prameya-News7 Bureau | February 09, 2019 IST

ନୂଆଦିଲ୍ଲୀ ୯|୨:  ହିସାବ ମିାଗିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସବୁ ରାଜ୍ୟର ପିସିସି ସଭାପତି ଏବଂ ବିଧାୟକ ଦଳ ନେତା ଦିଲ୍ଲୀ ଡାକାଇ ଦେଇଥିବା ଟାସ୍କର ହିସାବ ମାଗିଛନ୍ତି । ଏହା ସହ ନିର୍ବାଚନ ରଣନୀତି ନେଇ ଆଲୋଚନା ମଧ୍ୟ ହୋଇଛି। ଟିକେଟ ବଣ୍ଟନ, ମେଣ୍ଟ ବନ୍ଧନ ଏବଂ  ସଙ୍ଗଠନିକ ସ୍ଥିତିର ସମୀକ୍ଷା କରିଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଫେବୃଆରି ଶେଷ ସୁଦ୍ଧା ଟିକେଟ ବଣ୍ଟନ କାରିବ କଂଗ୍ରେସ।

{"id":83685}

ଏଥର ପକ୍କା । ଫେବ୍ରୁଆରି  ଶେଷ ସୁଦ୍ଧା କଂଗ୍ରେସ ସବୁପ୍ରାର୍ଥୀ ଘୋଷଣା କରିବ।  ଦିଲ୍ଲୀରେ ବସିଥିଲା କଂଗ୍ରେସର ରୁଦ୍ଧଦ୍ବାର ବୈଠକ । କାମର ହିସାବ ମାଗିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଓ୍ବାର ରୁମରେ  ଗୋଟିଏ ପରେ ଗୋଟିଏ ରାଜ୍ୟର ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହିତ ବସିଥିଲା ବୈଠକ ।  ବୈଠକରେ  ଟିକେଟ ବଣ୍ଟନ, ଗଠବନ୍ଧନ ଓ ନିର୍ବାଚନ ରଣନୀତି ନେଇ କରିଛନ୍ତି ଆଲୋଚନା। ବର୍ତ୍ତମାନ ସୁଦ୍ଧା କଣକଣ କାର୍ଯ୍ୟ ପିସିସି କମିଟି କରିଛି ତାର ହିସାବ ମାଗିଛନ୍ତି । ଏହସହ ରାହୁଲ ଗାନ୍ଧୀ ଶେଷ ସପ୍ତାହରେ ଓଡିଶା ଗସ୍ତରେ ଆସିବେ ତାଙ୍କୁ ତିନୋଟି ସ୍ଥାନକୁ ଆସିବା ପାଇଁ ପ୍ରସ୍ତାବ ଦେଇଛି ପିସିସି। ଜୟପୁର, ବରଗଡ ଏବଂ ବାଲେଶ୍ବର କାର୍ଯ୍ୟକ୍ରମ ପାଇଁ ଯୋଜନା କରିଛି ପିସିସି ।

{"id":83686}

ଲକ୍ଷ୍ମଣ ରେଖା ଟାଣିଛନ୍ତି ରାହୁଲ ଗାନ୍ଧୀ । ନିର୍ବାଚନରେ ଲଗାତର ତିନି ଥର ହାରିଥିଲେ ନେତାଙ୍କୁ ଏଥର ଟିକେଟ ମିଳିବନି।  ଏମିତି ହେଲେ କଂଗ୍ରେସର ପୂର୍ବ ପ୍ରାର୍ଥୀମାନେ ଏଥର ଟିକେଟ ପାଇବେତ? ତେବେ ଅନେକ ବରିଷ୍ଠ ନେତା କମ ଭୋଟରେ ହାରିଥିବାରୁ ସେଭଳି କ୍ଷେତ୍ରରେ ଜିତିବା ଆଶାକୁ ଦେଖି ନିଷ୍ପତ୍ତି ନିଆଯିବା ବୋଲି କହିଛନ୍ତି ପିସିସି ଉପସଭାପତି ଅନନ୍ତ ସେଠୀ।

{"id":83687}

ଆଉ ମାତ୍ର ଦୁଇମାସ ନିର୍ବାଚନ ରହିଲା।  ଏଥର କଂଗ୍ରେସ ବ୍ଲୁପ୍ରିଣ୍ଟତ ପ୍ରସ୍ତୁତ କରିଛି କିନ୍ତୁ ଦଳର କଟକଣା ଦଳର ନେତାଏ ମାନିବେ ତ। ତାହା ହିଁ ପ୍ରଶ୍ନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.