Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବଡ ଘୋଷଣା : ‘ୟୁପିରେ ଏକାକି ଲଢିବୁ, ନିଜ ଦମରେ ନିର୍ବାଚନ ଜିତିବୁ’

14/11/2021 at 6:29 PM

ଲକ୍ଷ୍ନୌ ୧୪/୧୧ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଏବେଠୁ ଅଣ୍ଟା ଭିଡିଲେଣି ବିଭିନ୍ନ ରାଜନୈତିକ ଦଳ । ବିଜେପି, ବିଏସ୍‌ପି, ଏସ୍‌ପି ଏବଂ କଂଗ୍ରେସ ପ୍ରମୁଖ ଦଳ ଭାବେ ନିର୍ବାଚନ ମୈଦାନକୁ ଓଲ୍ଲାଇବାକୁ ସଜବାଜ ହେଉଥିବା ବେଳେ ଏଥର କଂଗ୍ରେସର ମଙ୍ଗ ଧରିଛନ୍ତି ମହାସଚିବ ପ୍ରିୟଙ୍କା ଗାନ୍ଧି ।

ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧି । ସେ କହିଛନ୍ତି, ‘ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକି ଲଢିବ । ଦଳ ନିଜ ଦମ୍‌ରେ ନିର୍ବାଚନ ଜିତିବ । ପ୍ରତି ସିଟ୍‌ରେ ଦଳ ପ୍ରାର୍ଥୀ ଦେବ ।’

ଆଗାମୀ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଚର୍ତୁମୂଖୀ ଲଢେଇ ​ଦେଖିବାକୁ ମିଳିବ । କ୍ଷମତାରେ ଥିବା ବିଜେପି ପୁଣିଥରେ ସରକାର ଗଢିବା ନେଇ ପ୍ରବଳ ଆଶାବାଦୀ ଥିବା ବେଳେ, ଅଖିଳେଶ ଯାଦବ ସାଜିଛନ୍ତି କଣ୍ଟା । କାରଣ ଅଖିଳେଶଙ୍କ ସମାଜବାଦୀ ପାର୍ଟି ଲୋକଙ୍କ ଆସ୍ଥା ଭାଜନ ହେବା​ରେ ସଫଳ ହୋଇଥିବା ଆଲୋଚନା ହେଉଛି । ଏହାରି ମଧ୍ୟରେ ବିଜେପି ସମେତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ।

ପ୍ରିୟଙ୍କା କହିଛନ୍ତି, ‘ୟୁପିରେ ନା ଏସ୍‌ପି ଲଢୁଛି ନା ବିଏସ୍‌ପି । କେବଳ କଂଗ୍ରେସ ହିଁ ବିଜେପି ବିପକ୍ଷରେ ନିର୍ବାଚନ ଲଢୁଛି । କରୋନା ମହାମାରୀ ହେଉ କିମ୍ବା ଅନ୍ୟ କୌଣସି ସଙ୍କଟ ଉତ୍ତର ପ୍ରଦେଶରେ ସେବା ଜାରି ରଖିଛନ୍ତି କଂଗ୍ରେସ କର୍ମୀ । ଉନ୍ନାଓ, ହାଥରସ୍‌ ଏବଂ ଲଖୀମପୁର ଘଟଣାରେ କଂଗ୍ରେସ ହିଁ ମୁହଁ ଖୋଲିଛି । ବିରୋଧ ପ୍ରଦର୍ଶନ କରିଛି, ସଂଘର୍ଷ କରିଛି । ନ୍ୟାୟ ଦେବାକୁ ଉଦ୍ୟମ କରିଛି । ଅନ୍ୟ ଦଳମାନେ ଚୁପ ବସିଥିଲେ ।’

ବିଜେପିକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ପ୍ରିୟଙ୍କା ଗାନ୍ଧି । କହିଛନ୍ତି, ଦେଶ ସ୍ବାଧୀନତାର ମୂଲ୍ୟ ବୁଝିପାରିନି ବିଜେପି । କେବଳ ସ୍ବାର୍ଥ ହାସଲ ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟ । ଆଗାମୀ ଦିନରେ ୟୁପି ଜନସାଧାରଣ ଏହାର ଜବାବ ଦେବେ । ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ କେବଳ ବିକାଶ କରିନି ବରଂ ଦେଶରେ ସଦ୍‌ଭାବ ବି ଆଣିଛି । ପଛୁଆବର୍ଗଙ୍କ ବିକାଶ ପାଇଁ ସବୁବେଳେ କାମ କରିଛି କଂଗ୍ରେସ ।

   Related Posts