ସାଂସଦଙ୍କ ବେତନ ହ୍ରାସକୁ କଂଗ୍ରେସର ସ୍ଵାଗତ, କହିଲା- ୩୦% ନୁହଁ ୫୦% କାଟନ୍ତୁ ସରକାର

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬।୦୪: ଦେଶରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ସମସ୍ତ ସାଂସଦଙ୍କ ବେତନରେ ୩୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛି ବିରୋଧୀ କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି ସରକାର ଚାହିଁଲେ ସାଂସଦଙ୍କ ବେତନରେ ୩୦ ନୁହଁ ୫୦ ପ୍ରତିଶତ ହ୍ରାସ କରନ୍ତୁ। ମାତ୍ର ସାଂସଦ ନିଧିକୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ, ସାଂସଦ ନିଧିକୁ ୨ ବର୍ଷ ପାଇଁ ନିଲମ୍ବିତ କରାଯିବାରୁ ସଂସଦୀୟ କ୍ଷେତ୍ରରେ  ବିକାଶ କାର୍ଯ୍ୟ ବାଧିତ ହେବ। ତେଣୁ ସରକାରଙ୍କୁ ଅନୁରୋଧ କରୁଛି ଯେ ସାଂସଦ ନିଧିକୁ ପୁଣି ଥରେ ଚାଲୁ କରନ୍ତୁ। ସୁରଜେଓ୍ଵାଲା କହିଛନ୍ତି ପ୍ରଧାନମନ୍ତ୍ରୀ ସାଂସଦଙ୍କ ବେତନ ହ୍ରାସ ନିଷ୍ପତ୍ତିକୁ କଂଗ୍ରେସ ସମର୍ଥନ କରୁଛି। ୩୦ ନୁହଁ ସରକାର ଚାହିଁଲେ ୫୦ ପ୍ରତିଶତ କାଟି ପାରିବେ।

ସେ କହିଛନ୍ତି ଯେ, ସାଂସଦ ନିଧି ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟ ପାଇଁ ହୋଇଥାଏ। ସାଂସଦ ନିଧିକୁ ନିଲମ୍ବିତ କରିବା ସଂସଦୀୟ କ୍ଷେତ୍ର ପାଇଁ ବଡ ହାନୀକାରକ। ସେଥିରେ ସାଂସଦଙ୍କ ଭୂମିକା ଓ କାର୍ଯ୍ୟ ପ୍ରଭାବିତ ହେବ। ତେଣୁ ସାଂସଦ ନିଧିକୁ ପୁନଃ ଚାଲୁ କରିବା ଉଚିତ୍। ଭାରତ ସରକାରଙ୍କ ଖର୍ଚ୍ଚରେ ହ୍ରାସ କରିବା ଉଚିତ୍। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଓ ରାଜୀବ ଗୌଡ ପାର୍ଟିଠୁ ଭିନ୍ନ ମତ ରଖି ସାଂସଦ ନିଧିକୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରାଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.