Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କଲା କଂଗ୍ରେସ, କହିଲା- ମୋଦୀ ଜୀ ଏତେ କ୍ୟାମେରାର ସାମ୍ନା କେବେ କରିବେ

13/10/2021 at 4:58 PM

ନୂଆଦିଲ୍ଲୀ ୧୩।୧୦: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାକୁ ନେଇ ଆଜି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିର ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଯେଉଁ ପରିବାରର ସଦସ୍ୟଙ୍କୁ ଗାଡି ଚଢାଇ ହତ୍ୟା କରାଗଲା ସେମାନେ ନ୍ୟାୟ ଚାହାନ୍ତି। ଯିଏ ହତ୍ୟାକାରୀ ତାଙ୍କୁ ଦଣ୍ଡ ମିଳୁ ବୋଲି ପୀଡିତ ପରିବାର ଚାହୁଁଥିବା ରାହୁଲ କହିଛନ୍ତି। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଆଜି ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରିଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ପ୍ରତିନିଧିମଣ୍ଡଳ ମିଡିଆ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଭବନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଖୁବ୍ ଭିଡ ଦେଖିବାକୁ ମିଳିଥିଲା। ଏହାର ଫଟୋ ସହ ଟ୍ଵିଟ୍ କରିଛନ୍ତି ବି.ଭି.ଶ୍ରୀନିବାସନ। ଏଥିରେ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ମେଳରେ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ମାମଲାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବି.ଭି.ଶ୍ରୀନିବାସନ ଏହି ଫଟୋକୁ ଟ୍ଵିଟ୍ କରି ଲେଖିଛନ୍ତି, ମୋଦୀ ଜୀ, ଖୋଲା ମଞ୍ଚରେ ଏତେ କ୍ୟାମେରାର ସାମ୍ନା କରିବାକୁ ସାହାସ କେବେ କରିବେ ?

ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିର ଏକ ପ୍ରତିନିଧିମଣ୍ଡଳ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାକୁ ନେଇ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ପଦରୁ  ହଟାଇବା ପାଇଁ ସେମାନେ ଦାବି କରିଛନ୍ତି। ଯଦ୍ଵାରା ନିରପେକ୍ଷ ଯାଞ୍ଚ କରାଯାଇ ପାରିବ। ଏହି ମାମଲାର ତଦନ୍ତ ପାଇଁ ଉଚ୍ଚତମ ନ୍ୟାୟାଳୟ କିମ୍ବା ଉଚ୍ଚ ନ୍ୟାୟାଳୟର ଦୁଇ ବର୍ତ୍ତମାନ  ବିଚାରପତିଙ୍କ ଆୟୋଗ ଗଠନ କରିବାକୁ ରାଷ୍ଟ୍ରପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ପ୍ରତିନିଧିମଣ୍ଡଳ ଦାବି କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳରେ ରାହୁଲଙ୍କ ବ୍ୟତୀତ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ଏକେ ଆଣ୍ଟୋନି, ଗୁଲାମ ନବି ଆଜାଦ ଓ ପାର୍ଟି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମିଲ୍ ଥିଲେ। ଏହି ସମୟରେ ରାଷ୍ଟ୍ରପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

   Related Posts