କଂଗ୍ରେସ ଆଜି ଜାରି କରିବ ନିର୍ବାଚନୀ ଘୋଷଣା ପତ୍ର, ରାହୁଲଙ୍କ ଫୋକସ୍‌ରେ ଚାଷୀ, ମହିଳା ଓ ଯୁବ ବର୍ଗ

Published By : Prameya-News7 Bureau | April 02, 2019 IST

ନୂଆଦିଲ୍ଲୀ ୨|୪ : କଂଗ୍ରେସ ଆଜି ଜାରି କରିବ ନିର୍ବାଚନୀ ଘୋଷଣା ପତ୍ର । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ନିର୍ବାଚନୀ ଘୋଷଣା ପତ୍ର ଜାରି କରିବେ । ଏଥିପାଇଁ ୨୪ ଆକବର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସକାଳ ୧୧ଟାରେ ଏକ ବଡ଼ ଧରଣର ଆୟୋଜନ କରାଯାଇଛି ।

ଏହି ଅବସରରେ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନୋମହନ ସିଂହ, ଦଳୀୟ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଚ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା ଏବଂ ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

ସର୍ବନିମ୍ନ ଆୟ ସହାୟତା ଯୋଜନା, ଏହାରି ମାଧ୍ୟମରେ ଦେଶର ୫ କୋଟି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ, ଯୁବପୀଢ଼ିଙ୍କୁ ରୋଜଗାର ଦେବା ପାଇଁ ରାହୁଲ ଘୋଷଣା ପତ୍ରରେ ପ୍ରତିଶ୍ରୁତି ଦେଇ ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.