ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ଆଜି କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

Published By : Prameya-News7 Bureau | July 24, 2019 IST

ଭୁବନେଶ୍ବର ୨୪|୭: ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ଆଜି କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ। ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ଦିନକୁ ଦିନ ବୃଦ୍ଧି ପାଇବା ସହ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିନ୍ତୁ ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନଦେଇ ଅତ୍ୟନ୍ତ ବେପରୁୱା ଆଚରଣ ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆଜି ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି , ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡିଛି। ବିଶେଷକରି ନାରୀ ଅପହରଣ ଓ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଶାତୀତ ବୃଦ୍ଧି ପାଇଛି। ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ରାଜ୍ୟରେ ବଢ଼ିବାରେ ଲାଗିଛି। ଅଥଚ ଏହାକୁ ନିୟନ୍ତ୍ରଣ କରିବାରେ ଏବଂ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ବିଭାଗ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି। ସମଗ୍ର ରାଜ୍ୟରେ ଏବେ ମହିଳା ଓ ନାବାଳିକା ସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.