Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବ କଂଗ୍ରେସ, ୧୭ତାରିଖରେ ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା : ନିରଞ୍ଜନ

13/03/2019 at 12:33 PM

ଭୁବନେଶ୍ବର ୧୩|୩ : ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ବ ଦେବ। ଏନେଇ ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି । ଚଳିତ ଥର ଅଧିକରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ଦ୍ଦେଶ ଦେଇଥିବା ନିରଞ୍ଜନ କହିଛନ୍ତି । ୬ଦିନ ମଧ୍ୟରେ ମହିଳା ପ୍ରାର୍ଥୀ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ । ତେବେ ଆସନ୍ତା ୧୬ ତାରିଖରେ ପୁଣି ସ୍କ୍ରିନିଂ କମିଟି ବୈଠକ ବସିବ । ୧୭ତାରିଖ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି ।   

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ହେଲା ଦିଲ୍ଲୀ ଠାରେ କଂଗ୍ରେସ ସ୍କ୍ରିନିଂ କମିଟିର ବୈଠକ ବସିଥିଲା । ଏଥିରେ ୩ଟି ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଚୂଡାନ୍ତ କରାଯାଇ ସିଇସିକୁ ପଠାଯାଇଥିବା ଚର୍ଚ୍ଚା ହେଉଥିଲା । ଏବେ ପୁଣି ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବା ପାଇଁ ହାଇକମାଣ୍ଡଙ୍କ ନିଷ୍ପତ୍ତି ନିରଞ୍ଜନଙ୍କୁ ଅଡୁଆରେ ପକାଇଛି । ରାଜ୍ୟରେ ବିଜେଡି ଲୋକସଭା ଆସନ ପାଇଁ ଟିକଟ ଦେବା ବେଳେ ୩୩ପ୍ରତିଶତ ମହିଳାଙ୍କୁ ଟିକଟ ଦେବ ବୋଲି ଘୋଷଣା କରିଛି । ଏହାକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ଓ ବିଜେପି ନିଜ ନିଜ ଢଙ୍ଗରେ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ଅଣ୍ଟା ଭିଡିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୧୧ତାରିଖରେ ଭୋଟ୍ ହେବ । ହାତରେ ବହୁତ କମ୍ ସମୟ ଥିବାକୁ ଆଗୁଆ ପ୍ରାର୍ଥୀ ଘୋଷଣା କଲେ ନିଶ୍ଚୟ ଫାଇଦା ମିଳିବ ବୋଲି କୁହାଯାଉଛି । ୧୭ତାରିଖରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ନିରଞ୍ଜନ କହୁଥିବାବେଳେ ବିଜେଡି ମଧ୍ୟ ସେହି ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଅପରପକ୍ଷରେ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ୭ ଦିନ ଭିତରେ ହେବ ବୋଲି ୟଗତକାଲି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଥିଲେ ।  

   Related Posts