ଜେଇଇ-ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି, କେନ୍ଦ୍ର ବିରୋଧରେ ଆସନ୍ତା ୨୮ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭।୮: ଦେଶରେ କରୋନା ଭାଇରସ୍ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ କଂଗ୍ରେସ ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାର ବିରୋଧରେ ୨୮ ଅଗଷ୍ଟରେ ଦେଶବ୍ୟାପୀ ପ୍ରଦର୍ଶନ କରିବା ନେଇ ଘୋଷଣା କରିଛି ।

ଦଳର ସଂଗଠନ ମହାସଚିବ କେ ସି ବେଣୁଗୋପାଳ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ନେତା ଏବଂ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ବାହାରେ ସାମାଜିକ ଦୂରତା ନିୟମ ପାଳନ କରି ଧାରଣା ଦେବେ । ସେ କହିଛନ୍ତି ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଅଗଷ୍ଟ ୨୮ରେ ସ୍ପିକ୍ ଅପ୍ ଫର୍ ଷ୍ଟୁଡେଣ୍ଟ ସେଫ୍ଟି ହ୍ୟାସ୍ ଟ୍ୟାଗ୍ ସହ ସୋସିଆଲ ମିଡିଆର ଅଭିଯାନ ଜାରି ରହିଛି ।

ବେଣୁଗୋପାଳ ଅଭିଯୋଗ ଆଣିଛନ୍ତି ଯେ, କରୋନା ସଙ୍କଟ ମଧ୍ୟରେ ପରୀକ୍ଷା ଆୟୋଜନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ପରୀକ୍ଷାର୍ଥୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ମଧ୍ୟ କହିଛନ୍ତି ଯେ, ଏହି ପରୀକ୍ଷା ଆୟୋଜନ କରିବା ଦ୍ବାରା ୨୫ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ବିପଦରେ ପକାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.