କଂଗ୍ରେସକୁ ଟାର୍ଗେଟ୍ କଲେ ଦିଦି, କହିଲେ- 'ସେମାନେ ଚୁପ୍ ରହୁଛନ୍ତି, ରାଜନୀତିକୁ ଗୁରୁତର ସହ ନେଉ ନାହାଁନ୍ତି'

Published By : Prameya-News7 Bureau | October 30, 2021 IST

ପାନାଜୀ, ୩୦/୧୦:   କଂଗ୍ରେସ ସିରିୟସ ନୁହେଁ । ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଆହୁରି ଶକ୍ତିଶାଳୀ ହେବେ । କଂଗ୍ରେସ ରାଜନୀତିକୁ ଗୁରୁତର ସହ ନେଉନାହିଁ । କଂଗ୍ରେସ ମହାମେଣ୍ଟ ବାବଦରେ କୌଣସି ନିଷ୍ପତ୍ତି ନେଉନାହିଁ ବୋଲି ଗୋଆରେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସାମ୍ବାଦିକଙ୍କୁ ସମ୍ବୋଧନ କରି ଦିଦି କହିଛନ୍ତି ଯେ, କଂଗ୍ରେସ କିଛି ନିଷ୍ପତ୍ତି ନେଉ ନାହିଁ । ଯାହାର ପରିଣାମ ଦେଶ ଭୋଗୁଛି । କଂଗ୍ରେସ ରାଜନୀତିକୁ ଆଉ ଗୁରୁତର ସହ ନେଉନାହିଁ । କଂଗ୍ରେସ ପାଇଁ ମୋଦୀ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛନ୍ତି । କଂଗ୍ରେସକୁ ପୂର୍ବରୁ ସୁଯୋଗ ମିଳୁଥିଲା । କିନ୍ତୁ ସେମାନେ ପଶ୍ଚିମବଙ୍ଗରେ ବିଜେପି ବଦଳରେ ତାଙ୍କବିରୋଧରେ ଲଢିଥିଲେ । ଏହାସହ ଟିଏମସି ଗୋଆର ସମସ୍ତ ୪୦ଟି ଆସନରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି ।

ଦିଦି ଆହୁରି କହିଛନ୍ତି ଯେ, ବିଜେପି ଭଲ ଦିନ ଆସିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଦେଶରେ ଦରଦାମ ବଢୁଛି । ତୈଳଦର ଆକାଶ ଛୁଇଁଛି । ବାଣିଜ୍ୟ ପ୍ରଭାବିତ ହୋଇଛି ବୋଲି ଦିଦି କହିଛନ୍ତି । ସୂଚନାଯୋଗ୍ୟ, ଦିଦିଙ୍କ ଗୋଆ ଗସ୍ତରେ ଗୋଆ ଫରଓ୍ୱାର୍ଡ ବ୍ଲକର ନେତା ବିଜୟ ସରଦେଶାଇ ମମତାଙ୍କୁ ସାକ୍ଷାତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.