Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ତିତଲୀ ଓ ବନ୍ୟା କ୍ଷତିଗ୍ରସ୍ତ ଅଂଚଳରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ

22/10/2018 at 2:54 PM

ଗଜପତି ୨୨/୧୦ : କଂଗ୍ରେସର ଏକ ଦଳ ଆଜି ତିତଲୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି | କଂଗ୍ରେସର ଏହି ଟିମ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛି | ଟିମରେ ଅଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପ୍ରଦୀପ ମାଝୀ | ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି କଂଗ୍ରେସ ନେତାମାନେ | ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ଼ ପଂଚୟତର ଚମ୍ପାପୁରରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି ନେତାମାନେ । ଏହି ଦଳ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଚମ୍ପପୁର ଠାରେ ଓହ୍ଲାଇବା ପରେ ଦଳୀୟ କର୍ମୀ ଓ ନେତା ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ଗଙ୍ଗାବାଡ଼କୁ ଯାଇ କ୍ଷତିଗ୍ରସ୍ତଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିଥିଲେ। ଏହା ପରେ ସେମାନେ ରାୟଗଡ଼ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ କଇଁପୁର ଏବଂ ଲକ୍ଷ୍ମୀପୁର ଅଂଚଳକୁ ଯାଇ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସେମନେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଆସ୍କା ଅଂଚଳକୁ ଯିବା କାର୍ଯ୍ୟକ୍ରମ ରହିଛି |

ସୂଚନାଯୋଗ୍ୟ ଯେ, ତିତଲୀ ବାତ୍ୟା ଓ ତା ପରବର୍ତ୍ତୀ ବନ୍ୟାରେ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା | କ୍ଷୟକ୍ଷତି ପରିମାଣ ୨୭ ଶହ କୋଟି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି | ଏପଟେ ଏଥିରେ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି | ଏବେବି ଆହୁରି ୮ ଜଣ ନିଖୋଜ ଥିବା କୁହାଯାଇଛି | ରାଜ୍ୟ ସରକାର ବାତ୍ୟା ଓଏ ବନ୍ୟାରେ କ୍ଷୟକ୍ଷତି ପୁନଃରୁଦ୍ଧାର ପାଇଁ ଆଇଆଇଟି ମୁମ୍ବାଇର ସହାୟତା ଲୋଡିଛନ୍ତି | ବିଭିନ୍ନ ଅଂଚଳରେ ପୁନଃରୁଦ୍ଧାର କାମ ପାଣ୍ଠି ବ୍ୟବସ୍ଥା ମଧ୍ୟ କରିଛନ୍ତି | ରାଜ୍ୟ ସରକାର ତିତଲୀ ବାତ୍ୟା ପୂର୍ବରୁ ଜିରୋ କାଜୁଆଲଟି ପାଇଁ ସଂକଳ୍ପ ନେଇଥିଲେ ମଧ୍ୟ ଏତେ ଲୋକଙ୍କ ପ୍ରାଣ ହାନି ହେବା ନେଇ ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି | କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଏକ ଦଳ ସହ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ |
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷଟଙ୍କା କ୍ଷତିପୂରଣ ଘୋଷଣା କରିଥିବା ବେଳେ ଗଜପତି ଜିଲ୍ଲାର ମୃତକଙ୍କ ପରିବାରର ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଥିଲେ | ଏହି ପିଲାମାନଙ୍କ ପାଠ ପଢାଠୁ ଆରମ୍ଭ କରି ସେମାନେ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ସରକାର ସବୁ ଦାୟିତ୍ୱ ନେବେ ବୋଲି କହିଥିଲେ |

   Related Posts