ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ କଂଗ୍ରେସ ଟିମ୍

Published By : Prameya-News7 Bureau | September 05, 2020 IST

ଭଦ୍ରକ ୦୫।୦୯: ବନ୍ୟାଞ୍ଚଳ ପରିଦର୍ଶନ କଲେ କଂଗ୍ରେସର ପର୍ଯ୍ୟଵେକ୍ଷକ ଦଳ । ବିଧାୟକ ତାରାପ୍ରସାଦ ଵାହିନୀପତି ଓ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଭଣ୍ଡାରିପୋଖରୀର ଝୁଟୁଣା ପଞ୍ଚାୟତର ଆମ୍ଵ ଗଢିଆ ଦୁର୍ବଳ ନଦୀ ବନ୍ଧ , ଵାଲିପୋଖରୀ ଏସକେପ ଵୁଲି ଦେଖିଛନ୍ତି ।

ଆମ୍ବଗଡିଆ ନଦୀ ବନ୍ଧ ଓ ଵାଲିପୋଖରୀ ଏସକେପ ଵିଶେଷ ଭାବେ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିଲା । ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଵାରମ୍ବାର ଲୋକମାନେ ଏହି ଏସକେପ ଦ୍ବାରା ପ୍ରଭାବିତ ହେଉଥିବାରୁ ଏ ସଂକ୍ରାନ୍ତରେ ଵିଧାନସଭାରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।

ସ୍ଥାନୀୟ ରାଜନେତାଙ୍କ ଅଵହେଳା ଯୋଗୁଁ ଏଭଳି ଵନ୍ୟା ଆସି ବ୍ୟାପକ କ୍ଷତି କରୁଛି । ଧାମନଗର ନଦୀ ବନ୍ଧ ଓ ଵନ୍ୟାଞ୍ଚଳ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ଦାସଙ୍କ ସମେତ ଵହୁ କଂଗ୍ରେସ ନେତା ଓ ଜନପ୍ରତିନିଧି ମାନେ ଟିମ ସହ ବନ୍ୟାଞ୍ଚଳ ବୁଲିଛନ୍ତି । ଧାମନଗର ବ୍ଲକର ବନ୍ୟାଞ୍ଚଳ ବୁଲିବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.