ସଂସଦ ପରିସରରେ ଟିଏମସି, ଟିଡିପି ସହ କଂଗ୍ରେସର ଶକ୍ତି ପ୍ରଦର୍ଶନ ; ଉଡ଼ାଇଲେ କାଗଜ ରାଫେଲ୍
13/02/2019 at 2:29 PM

ନୂଆଦିଲ୍ଲୀ ୧୩|୨: ରାଜ୍ୟ ସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହେବା ପୂର୍ବରୁ ସଂସଦ ପରିସରରେ ଶକ୍ତି ପ୍ରଦର୍ଶନ କରିଥିଲେ ବିରୋଧୀ । ଆଉ ଟିଏମସି ଧାରଣାରେ ସାମିଲ ହୋଇ ରାହୁଲ ନିଜ ଶକ୍ତି ଦେଖାଇଲେ । ରାଫେଲ ବିମାନ କିଣାକୁ ନେଇ କଂଗ୍ରେସ ସେଠାରେ ସ୍ଲୋଗାନ ଦେଇଥିଲା । ଆଉ କଂଗ୍ରେସ କର୍ମୀମାନେ କାଗଜ ପ୍ଲେନ୍ କରି ଉଡ଼ାଇଥିଲେ। ପ୍ରଥମେ ସିବିଆଇ ମାମଲାରେ ଟିଏମସି ଧାରଣା ଦେଇଥିଲା । ଆଉ ଏହି ସମୟରେ ଗାନ୍ଧିମୂର୍ତ୍ତି ତଳେ ପହଞ୍ଚିଥିଲେ ଟିଡିପି କର୍ମୀ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଧାରଣା ଦେଇଥିଲା ଟିଡିପି । ତେବେ ଧାରଣା ସ୍ଥଳକୁ ପ୍ରବେଶ କରିଥିଲେ କଂଗ୍ରେସର ଜଣଙ୍କ ପରେ ଜଣେ ବରିଷ୍ଠ ନେତା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ , ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ସାମିଲ ହେବା ପରେ ଧାରଣାର ଆଟେନ୍ସନ ହାଇଜାକ କରିନେଇଥିଲା କଂଗ୍ରେସ ।