ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା କହି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କଲା କଂଗ୍ରେସ

Published By : Prameya-News7 Bureau | April 21, 2019 IST

ଭୁବନେଶ୍ବର ୨୧|୪:  ଭୁବନେଶ୍ବର ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା କଂଗ୍ରେସର ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ରାଜୀବ ପଟ୍ଟନାୟକ କହିଛନ୍ତି । ସ୍ମାର୍ଟ ସିଟି ନାଁରେ ଡେଙ୍ଗୁରା ପିଟାଯାଉଛି । ହେଲେ ୨ ଘଣ୍ଟା ବର୍ଷା ହେଲେ ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା କଂଗ୍ରେସ କହିଛି । ପ୍ରତିଦିନ ନିଜ ସ୍ବାର୍ଥ ଅହଙ୍କାର ପାଇଁ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ପାର୍ଟି ଅଫିସରେ ବୋମା ମାଡ କରୁଛନ୍ତି । କ୍ଷମତାକୁ ଆସିଲେ ଆହୁରି ଅରଜାକତା ସୃଷ୍ଟି କରିବେ । ଆଜି ପର୍ଯ୍ୟନ୍ତ ଡ୍ରେନେଜ ସୁବିଧା କରିପାରିଲେନାହିଁ । ଏବେ କିନ୍ତୁ ମେୟର କହୁଛନ୍ତି ବିଧାୟକ ହେଲେ ଡ୍ରେନେଜ ସୁବିଧା କରିବେ । ଭୁବନେଶ୍ବରରେ ସବୁ କର୍ପୋରେଟ୍ ଅଫିସର ହେଡ୍ ଅଫିସ ଥିବାବେଳେ ବେକାରି ଯୁବକ ଚାକିରି ନପାଇ ବୁଲୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ମାଟି ମାର ସମ୍ମାନ କହି ଲଢେଇ କରୁଛନ୍ତି ସରକାର । ହେଲେ ମହିଳା ମଧ୍ୟ ଆଜି ବି ଅସୁରକ୍ଷିତ । ପ୍ରତିଦିନ ମହିଳା ନିର୍ଯାତିତ ହେଉଛନ୍ତି । ୨୩ ତାରିଖରେ ନିଜ ପୁଅ ଝିଅ ଓ ମା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୋଟ୍ ଦେବାକୁ ନିବେଦନ କରିଛନ୍ତି ରାଜୀବ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.