Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କଂଗ୍ରେସ ଟାର୍ଗେଟରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

27/11/2019 at 6:19 PM

ଭୁବନେଶ୍ବର ୨୭/୧୧: କେୟାର ହସ୍ପିଟାଲ ସହିତ ବିରୋଧୀ ମଧ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ।  ମନ୍ତ୍ରୀ ରାଜ୍ୟ ପର୍ଯ୍ୟଟନର ପ୍ରଚାର ପାଇଁ ହାଇଦ୍ରାବାଦର ଏକ ରୋଡ ସୋ ଯାଇଥିବା ବେଳେ ସରକାରୀ ଖର୍ଚ୍ଚରେ ସାଙ୍ଗରେ ନିଜର୨ ଜଣ ବାନ୍ଧବୀଙ୍କୁ ନେଇଥିଲେ। ବିରୋଧୀଙ୍କ ପ୍ରଶ୍ନ କିଏ ସେହି ୨ ମହିଳା, ମନ୍ତ୍ରୀଙ୍କ ସହ ତାଙ୍କର ସଂପର୍କ କଣ ? ସେପଟେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣି ଗ୍ରାହୀ କହିଛନ୍ତି କଂଗ୍ରେସ ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। କୌଣସି ମହିଳା ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯାଇନାହାନ୍ତି।  

କଂଗ୍ରେସ ଟାର୍ଗେଟରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କଂଗ୍ରେସ ଅଭିଯୋଗ ଆଣିଛି, ଗତ ଅକ୍ଟୋବର ମାସରେ ରାଜ୍ୟ ପର୍ଯ୍ୟଟନ ପ୍ରଚାର ପାଇଁ ହାଇଦ୍ରାବାଦରେ ଆୟୋଜିତ ଏକ ରୋଡ ଶୋରେ ଯୋଗଦେବାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୨ ଜଣ ମହିଳା ଯାଇଥିଲେ। ସେମାନଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନିଆଯାଇଥିଲା । କଂଗ୍ରେସ ପ୍ରଶ୍ନ କରିଛି ଯେ କିଏ ସେହି ୨ ମହିଳା । ସେମାନଙ୍କୁ ସରକାରୀ ଖର୍ଚ୍ଚରେ କାହିଁକି ନିଆଯାଇଥିଲା।

ଅକେଟୋବର ୩୦ ତାରିଖରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହାଇଦ୍ରାବାଦ ରୋଡ ସୋ ପାଇଁ ମନ୍ତ୍ରୀ ଓ ତାଙ୍କ ୨ ବାନ୍ଧବୀଙ୍କ ଏୟାର ଟିକେଟ ଓ ରହିବା ପାଇଁ ହୋଟେଲ ବୁକ୍  କରିବାକୁ ବିଭାଗୀୟ ନିର୍ଦେଶକଙ୍କୁ ପତ୍ର ଲେଖିଥିଲେ ।  ଯେଉଁ ଦୁଇ ମହିଳା ଯାଇଥିଲେ ସେମାନଙ୍କ ଖର୍ଚ୍ଚ ସରକାର ବହନ କରିଥିଲେ ନା କୌଣସି ପ୍ରାୟୋଜକ ଏହି ଅର୍ଥ ଦେଇଛନ୍ତି ତାହାର ସ୍ପଷ୍ଟୀକରଣ OTDC ରଖୁ? ସେପଟେ କଂଗ୍ରେସ ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।

ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବାଇଟ୍- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ମନ୍ତ୍ରୀରାଜ୍ୟରେ ବିଗୁଡୁଥିବା ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଖର୍ଚ୍ଚ କାଟ ବ୍ୟବସ୍ଥା କରୁଛନ୍ତି । ଏଭଳି ସ୍ଥିତିରେ ମନ୍ତ୍ରୀଙ୍କ ସରକାରୀ ଅର୍ଥରେ, ବ୍ୟକ୍ତିଗତ ବନ୍ଧୁ ଯିବାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

   Related Posts