ତୈଲ ଦର ବୃଦ୍ଧି ପ୍ରତିବାଦରେ ୧୫ରେ ବାମଦଳର ଓଡ଼ିଶା ବନ୍ଦ ଡାକରା : ସମର୍ଥନ ଜଣାଇଲା କଂଗ୍ରେସ

Published By : Prameya-News7 Bureau | July 09, 2021 IST

ଭୁୁବନେଶ୍ୱର ୯/୭: ବାମଦଳର ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ । ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି ।

ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଜନମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ(ଏମ ), ସିପିଆଇ (ଏମ୍ଏଲ ) ଲିବରେସନ, ଫରୱାର୍ଡ଼ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତା ଜୁଲାଇ ୧୫ ତାରିଖ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଓଡିଶା ପ୍ରେଦଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.