Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ, କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ ଚେତାବନୀ

13/11/2021 at 2:14 PM

ଭୁବନେଶ୍ୱର, ୧୩/୧୧: ବରଗଡ଼ରେ ଛାତ୍ର କଂଗ୍ରେସକର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ବିରୋଧୀମାନଙ୍କର ଗଣତନ୍ତ୍ରରେ ପ୍ରତିବାଦ ଓ ସ୍ୱର ଉତ୍ତୋଳନର ଅଧିକାର ଅଛି । ମମିତା ମେହେର ହତ୍ୟା ଘଟଣାରେ କଂଗ୍ରେସ ସାରା ରାଜ୍ୟରେ ପ୍ରତିବାଦ କରୁଛି । ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ମଧ୍ୟ ପ୍ରତିବାଦ କରୁଥିଲେ । କିନ୍ତୁ ପୋଲିସ ଆଗରେ ବିଜେଡ଼ି ଗୁଣ୍ଡାମାନେ ଛାତ୍ର କଂଗ୍ରେସକର୍ମୀଙ୍କୁ ଆକ୍ରମଣ କଲେ । ଯିଏ ମାଡ଼ ଖାଉଛି ତାକୁ ପୋଲିସ ଗିରଫ କରୁଛି । ଯିଏ ମାଡ଼ ମାରୁଛି ତାକୁ ପୋଲିସ ଛାଡ଼ି ଦେଉଥିବା ସେ ଅଭିଯୋଗ ଆଣିଛନ୍ତି ।

ଛାତ୍ର କଂଗ୍ରେସ ପ୍ରତ୍ୟେକ ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରିବେ, କାଳି ମାଡ଼ କରିବେ, ମନ୍ତ୍ରୀମାନଙ୍କ ବାସଭବନରେ ପଶି ଅଣ୍ଡା ମାଡ଼ କରାଯିବ ବୋଲି ସେ କହିଛନ୍ତି । ଛାତ୍ର କଂଗ୍ରେସ ଦାବି କରୁଛି, କଂଗ୍ରେସକର୍ମୀଙ୍କୁ ମାଡ଼ ମରାଯିବା ବେଳେ ଯେଉଁ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ, ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉ । ଯେଉଁ ବିଜେଡ଼ି ଗୁଣ୍ଡାମାନେ ଛାତ୍ର କଂଗ୍ରେସକର୍ମୀ ମାନଙ୍କୁ ମାଡ଼ ମରିଛନ୍ତି ତାଙ୍କୁ, ତୁରନ୍ତ ଗିରଫ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି । ଏଥିପାଇଁ ୨୪ ଘଣ୍ଟାର ସମୟ ଦେଇଛି ଛାତ୍ର କଂଗ୍ରେସ । ଯଦି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଆସନ୍ତା ୧୫ ନଭେମ୍ବରରେ ଡିଜି କ୍ୟାମ୍ପ ଅଫିସ ଘେରାଉ କରିବା ସହ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ ।

   Related Posts