ଜ୍ୟୋତିଙ୍କ ଜୀବନର ମୂଲ୍ୟ କ’ଣ ମାତ୍ର ୪ ଲକ୍ଷ ଟଙ୍କା ? ଦୋଷୀକୁ ଦଣ୍ଡ ମିଳୁ ନଚେତ୍ ଆନ୍ଦୋଳନ ଜୋରଦାର ହେବ : ଛାତ୍ର କଂଗ୍ରେସ

Published By : Prameya-News7 Bureau | September 21, 2021 IST

ଭୁବନେଶ୍ବର ୨୧।୯: ମୁକୁଳା ଡ୍ରେନ୍ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ । ଭୁବନେଶ୍ବରରେ ୨୦୧୫ରୁ ଡ୍ରେନ୍ ପାଣିରେ ଭାସି ୭ ଜଣଙ୍କର ମୃତ୍ୟୁ ହେଲାଣି । ସରକାରଙ୍କର ଏଥିପ୍ରତି ନିଘା ନାହିଁ । ନଗର ଉନ୍ନୟନ ବିଭାଗରେ ସଚିବ ଭାବେ ଜି.ମାଥିଭାତନନ ୬ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । କାହିଁକି ଏତେ ବର୍ଷ ହେଲା ଅଛନ୍ତି ବିଧାନସଭାରେ ଉଠିଥିବା ପ୍ରଶ୍ନରେ ଉତ୍ତର ଆସୁଛି ଯେ, ସେ ଜନ ହିତକର କାର୍ଯ୍ୟ କରୁଛନ୍ତି ବୋଲି । ଯଦି ଜନ ହିତକର କାମ କରୁଛନ୍ତି ତାହାଲେ ଡ୍ରେନରେ ଭାସି ଯାଇ ରାଜଧାନୀରେ ମରୁଛନ୍ତି କାହିଁକି ?  ଜି. ମାଥିଭାତନନ ଏଥିପାଇଁ ଦାୟୀ । ଖାଲି ସେ ନୁହେଁ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଦାୟୀ ।

୧୦ ବର୍ଷ ଧରି ମେୟର ପଦରେ ରହିଲେ ଅନନ୍ତ ନାରାୟଣ ଜେନା । ହେଲେ କାମ କ’ଣ ହେଲା ? ଜ୍ୟୋତି ମୃତ୍ୟୁ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏଭଳି ଟାର୍ଗେଟ୍ କଲେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ।

ଜ୍ୟୋତିଙ୍କ ଜୀବନର ମୂଲ୍ୟ କ’ଣ ମାତ୍ର ୪ ଲକ୍ଷ ଟଙ୍କା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଏମସିର ୩ଶହ କି.ମି. ଡ୍ରେନ୍ ମୁକୁଳା ପଡିଛି। ପ୍ରାକୃତିକ ନାଳ ନିକଟରେ ସୁରକ୍ଷାକର୍ମୀ ନିୟୋଜିତ ହେବା ଦରକାର। ୩ ଦିନ ଭିତରେ ଦୋଷୀଙ୍କୁ ଦଣ୍ଡ ମିଳୁ । ବିଏମସି କମିଶନର ସଞ୍ଜୟ ସିଂ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରନ୍ତୁ । ନଗର ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ବହିଷ୍କାର କରନ୍ତୁ ସରକାର।  ନଚେତ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.