ମାଲାନଗିରି ଜିଲ୍ଲାପାଳ ପିଏଙ୍କ ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କ ବଦଳି ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

Published By : Prameya-News7 Bureau | January 10, 2020 IST

ମାଲକାନଗିରି ୧୦।୧: ଆଜି ମାଲକାନଗିରି ଜିଲ୍ଲା ବନ୍ଦ । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ଦାବିରେ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜିଲ୍ଲାପାଳଙ୍କ ବଦଳି ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଧମକ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି ।

{"id":209269,"sizeSlug":"large"}

ତେବେ ଗୋଟିଏ ଆଦିବାସୀ ଗୋଷ୍ଠୀ ବନ୍ଦକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି । ତଥାପି ମାଲକାନଗିରି ଜିଲ୍ଲାକୁ ଅଚଳ କରି ଦିଆଯିବ ବୋଲି କହିଛନ୍ତି ପ୍ରଦୀପ ମାଝି । ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏ. ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଛି କଂଗ୍ରେସ ।

{"id":209268,"sizeSlug":"large"}

ଗତ ମାସ ୨୮ ତାରିଖରେ ସତୀଗୁଡା ଡ୍ୟାମରୁ ଉଦ୍ଧାର ହୋଇଥିଲା ଜିଲ୍ଲାପାଳଙ୍କ ପି.ଏ. ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୌଣସି ପାରିବାରିକ କଳହ ନଥିବା ବେଳେ କାମ ଚାପରେ ତାଙ୍କର ମୃତ୍ୟୁ ହେ।ଇଥିବା ଅଭିଯେ।ଗ କରିଥିଲେ ପରିବାର ଲେ।କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.