ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ

Published By : Prameya-News7 Bureau | October 28, 2021 IST

କଳାହାଣ୍ଡି ୨୮।୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ୩ଦିନରେ କଂଗ୍ରେସର ଧାରଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଓ ହତ୍ୟା ପଛରେ ଚାଲିଥିବା ସେକ୍ସ ସ୍କାଣ୍ଡଲ ଚର୍ଚ୍ଚାର ତଦନ୍ତ ଦାବିରେ କଂଗ୍ରେସର କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ୩ ଦିନରେ ପହଞ୍ଚିଛି ।  

{"id":534470,"width":754,"height":415,"sizeSlug":"full","linkDestination":"none"}

ବିଶେଷ କରି ହତ୍ୟା ପଛର କାରଣ କଲେଜରେ ଚାଲିଥିବା ସେକ୍ସ୍ ର୍ୟାକେଟକୁ ନେଇ ଗଣମାଧ୍ୟମରେ ଏତେ ଚର୍ଚ୍ଚା ସତ୍ତ୍ବେ ପୋଲିସ ସେ ଦିଗରେ ତଦନ୍ତ ନ କରିବା ବା ପାଟି ନ ଖୋଲିବା, ତଦନ୍ତ ଚାପ ଗ୍ରସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର କେନ୍ଦ୍ରୀୟ ପ୍ରତିନିଧି ଦଳ ଝରଣୀ ପୀଡିତାଙ୍କ ପରିବାରକୁ ଭେଟୁଥିବା ବେଳେ ୩୦ତାରିଖ ସୁଦ୍ଧା ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି କଂଗ୍ରେସର ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.