ରାଜ୍ୟରେ ବଢ଼ୁଛି ଶିଶୁ ଅପହରଣ ଏବଂ ନାବାଳିକା ଦୁଷ୍କର୍ମ, ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସର ଗଣଧାରଣା
21/12/2020 at 3:09 PM

ଭଦ୍ରକ୨୧/୧୨: ଶିଶୁ ଅପହରଣ, ବାରମ୍ବାର ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସର ଗଣଧାରଣା। ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛି। ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଛି। ବର୍ତ୍ତମାନ ଅଭିଭାବକମାନେ ଚିନ୍ତାରେ ପଡିଗଲେଣି।
ପରୀ, ସ୍ଵାତୀ, ପିହୁ, ଆୟୁଷ ପରି କୁନି କୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ କରି ନେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ଘରୋଇ ହିଂସା, ମହିଳା ନିର୍ଯାତନା ଘଟଣା ମଧ୍ୟ ଓଡ଼ିଶାରେ ବଢ଼ିବାରେ ଲାଗିଛି। ଏସବୁ ଘଟଣାକୁ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021