ଆରମ୍ଭ ହେଲା କଂଗ୍ରେସର ଜନ ଜାଗରଣ ଯାତ୍ରା : ପ୍ରଥମ ଦିନରେ ବାଲେଶ୍ବର ଜିଲ୍ଲାରେ ବୁଲିବ ବସ୍
4/10/2018 at 12:49 PM

ଭୁବନେଶ୍ବର୪|୧୦: ପ୍ରଦେଶ କଂଗ୍ରେସ ଆରମ୍ଭ କରିଛି ଜନଜାଗରଣ ଯାତ୍ରା। ପ୍ରଦେଶ କଂଗ୍ରେସ ଭବନରୁ ଆଜି ଏକ ସୁସଜ୍ଜିତ ବସ ପ୍ରଥମେ ବାଲେଶ୍ବର ଅଭିମୁଖେ ବାହାରିଛି । ବାଲେଶ୍ବର ଜିଲ୍ଲାରେ ଏହି ବସ ୩ଦିନ ରହି ବିଭିନ୍ନ ନିର୍ବାଚନମଣ୍ଡଳିର ତୃଣମୂଳସ୍ତରରେ ପହଂଚିବ । ବସରେ ନେତାମାନେ ଯାଇ ଲୋକଙ୍କ ସହ ଆଲୋଚନା କରିବେ । ବସ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସାରା ରାଜ୍ୟ ବୁଲିବ।
ଚିଣ୍ତଗଡରୁ ଆସିଥବା ସ୍ବତନ୍ତ୍ର ବସକୁ ସୁନ୍ଦର ଭାବେ ସଜ୍ଜା ଯାଇଛି। ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାଙ୍କ ଫଟୋ ଲାଗିଛି । ଏହି ବସକୁ କେନ୍ଦୁଝରର ସମାଜସେବୀ ଦୈତାରୀ ନାଏକ ପତାକା ଦେଖାଇ ଶୁଭାରଣମ୍ଭ କରିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଏଆଇସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଚିରଂଜୀବୀ ବିଶ୍ବାଳ, ସୁରେଶକୁମାର ରାଉତରାୟ, ପଦ୍ମାକର ଗୁରୁ ପ୍ରମୁଖ ନେତାମାନେ ଜନ ଜାଗରଣ ଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଜିଲ୍ଲାର ବରିଷ୍ଠ ନେତାମାନେ ଗୋଟିଏ ବସରେ ଏକାଠି ଯାଇ ବିଜେଡି ସରକାର ଦୁର୍ନୀତି ଏବଂ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି କେମିତି ପାଣିଗାର ପାଲଟିଛି ତାହା ଲୋକଙ୍କୁ ସଚେତନତା କରିବେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ସାଧରଣ ନିର୍ବାଚନ ଆଉମାତ୍ର ୬ମାସ ଥିବାରୁ ଥିବାରୁ କଂଗ୍ରେସ ବୁଥସ୍ତରରୁ ସଙ୍ଗଠନକୁ ମଜବୁତ କରିବା ସହ କଂଗ୍ରେସରେ ମେମ୍ବର କେମିତି ବଢ଼ିବେ ସେ ନେଇ କଂଗ୍ରେସ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି। ଏହା ସହ ଲୋକଙ୍କ ପାଖରେ ପହଞ୍ଚିବା ଜନସମ୍ପର୍କ ଯାତ୍ରା କରି ଲୋକଙ୍କୁ ଯୋଡିବା ପାଇଁ କଂଗ୍ରେସ ଯୋଜନା କରିଛି।