Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଭୁଲ୍ ହେଉ କି ଠିକ୍, କଂଗ୍ରେସ ପ୍ରାର୍ଥୀ ତାଲିକା ଗଣମାଧ୍ୟମରେ ବୁଲିବା ପଛର ରହସ୍ୟ କଣ ?

7/03/2019 at 5:41 PM

ଭୁବନେଶ୍ବର ୭|୩: ପିସିସି ପ୍ରାର୍ଥୀ ତାଲିକାକୁ ନେଇ ଦ୍ବନ୍ଦ ଆରମ୍ଭ ହୋଇଛି । ଗଣମାଧ୍ୟରେ ଆସିଥିବା ପ୍ରାର୍ଥୀ ତାଲିକା ଫେକ ବୋଲି ଖଣ୍ଡନ କରିଛି କଂଗ୍ରେସ । ତେବେ ପିଇସି କମିଟି ବୈଠକ ପରେ ଏହି ତାଲିକା କିପରି ଗଣମାଧ୍ୟକୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କିଛି ଦିନ ତଳେ ବିଜେଡି ପ୍ରାର୍ଥୀ ତାଲିକାକୁ ନେଇ ଏକ ଅଡିଓ ଗଣମାଧ୍ୟରେ ବୁଳୁଥିଲା । ଯାହାକୁ ନେଇ ଏବେ ବି ଚର୍ଚ୍ଚା ଥମିନି । ତେବେ ଘୋଷଣା ହେବା ପୂର୍ବରୁ କିପରି ପ୍ରାର୍ଥୀ ତାଲିକା ପଦାକୁ ଆସୁଛି । ଏହା ପଛରେ କେଇଁ ମାନଙ୍କ ହାତ କି କାହାର ଫାଇଦା ରହିଛି , ନା ରାଜନୈତିକ ଦଳ ଏମିତି କରି ନିଜ ନିଜର ଷ୍ଟଣ୍ଡ ଦେଖାଉଛନ୍ତି ।

ଗଣମାଧ୍ୟମରେ ଆସିଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକୃତରେ ମିଛ ନା ସତ ? ଯଦି ମିଛ ତେବେ  କିଏ ମାର୍କେଟକୁ ଛାଡିଲା ଏ ତାଲିକା ?  କ’ଣ ଏହା ପଛର ଉଦେଶ୍ୟ  ? ତାଲିକା ଛାଡିବା ପଛରେ କାହାର ହାତ ଅଛି ? ବୁଧବାର ଗଣମାଧ୍ୟକୁ ଆସିଥିବା ତାଲିକାରେ ସତ୍ୟନା ନାହିଁ ବୋଲି ଦଳ ସଫେଇ ଦେବା  ପରେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ କାଲି ବସିଥିଲା ପିଇସି ବୈଠକ । ବୈଠକ ପରେ ପରେ ଗଣମାଧ୍ୟକୁ ଆସିଲା ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ । କୁହାଗଲା ସିଇସି ମୋହର ପରେ ନାଁ ଘୋଷଣା ହେବ । ହେଲେ ଗୁରୁବାର ତାଲିକାକୁ ଫେକ୍ କହିଛି ଦଳ । ଗଣମାଧ୍ୟମରେ ଆସିଥିବା ତାଲିକାରେ ସତ୍ୟତା ନଥିବା କୁହାଯାଇଛି ।

କେବଳ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଯେ ଦ୍ବନ୍ଦ୍ବ ତାହା ନୁହେଁ । ବିଜେଡିର ବି କାହାକୁ ଟିକେଟ୍ ମିଳିବ କାହାର କଟିବ ତାହାର ଏକ ଅଡିଓ ଗଣ ମାଧ୍ୟରେ ବୁଲୁଛି । ଏହାକୁ ବି ଠିକ୍ ନୁହେଁ ବୋଲି ବିଜେଡି ସଫେଇ ଦେଇଛି । ତେବେ ଏମିତି ପ୍ରାର୍ଥୀ ତାଲିକା ଭାଇରାଲ ପଛର ଉଦେଶ୍ୟ  କ’ଣ ?   ଏମିତି କରିବା ଦ୍ବାରା କାହାର କି ଲାଭ ହେଉଛି ?  ଚୂଡାନ୍ତ ତାଲିକା ଆସିବା ପୂର୍ବରୁ ଏହା  ଦଳ ମାନଙ୍କର ଏକ ପ୍ରକାର ଷ୍ଟଣ୍ଟ ନୁହେଁତ ?  ତେବେ ଉଭୟ ବିଜେଡି ଓ ବିଜେପିର ଯୁକ୍ତି – ଠିକ ସମୟରେ ପ୍ରାର୍ଥୀ ଚୟନ କରାଯିବ ।

ନିର୍ବାଚନ ଯେତିକି ପାଖଉଛି  ସବୁ ଦଳର ଆଶାୟୀଙ୍କ ସଂଖ୍ୟା ସେତିକି ବଢି ବଢି ଚାଲିଛି । ଏତିକି ବେଳକୁ ଗଣମାଧ୍ୟମରେ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଉଭୟ ଆଶାୟୀ ଓ  ପାର୍ଟିର ଚିନ୍ତା ବଢାଉଛି ।

   Related Posts