କଂଗ୍ରେସର ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକ, ସନ୍ଧ୍ୟା ୫ଟାରେ ଟିଭି ଡିବେଟ୍‌ରେ ଥିଲେ ସାମିଲ

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୦୮: ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି)ର ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକ ଘଟିଛି। ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଏକ ଟିଭି ଡିବେଟ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ତାଙ୍କୁ ହୃଦଘାତ ହୋଇଥିଲା। ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ଘଟିଛି।

wp:html /wp:html

ତ୍ୟାଗୀ ବୁଧବାର ସନ୍ଧ୍ୟା ପ୍ରାୟ ୩ଟା ୪୫ରେ ନିଜର ଟ୍ଵିଟର ଆକାଉଣ୍ଟରୁ ଟ୍ଵିଟ୍ କରି କହିଥିଲେ ଆଜି ସନ୍ଧ୍ୟା ୫ଟାରେ ଆଜତକ୍‌ ଡିବେଟ୍ କାର୍ଯ୍ୟକ୍ରମରେ ରହିବି। ତାଙ୍କ ବିୟୋଗର ସୂଚନା ଦେଇ ଡ. ଭିନିତ୍ ପୁନିଆ କହିଛନ୍ତି ଭାରତୀୟ ଜାତୀୟ କଂଗ୍ରେସର ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାଜୀବ ତ୍ୟାଗୀ ଆଉ ଦୁନିଆରେ ନାହାନ୍ତି। ତାଙ୍କ ପରିଜନ ଏବଂ ପ୍ରଶଂସକଙ୍କୁ ମୋର ଗଭୀର ସମବେଦନା।

wp:html /wp:html wp:html /wp:html

ବିଜେପି ନେତା ସମ୍ବିତ ପାତ୍ର ଲେଖିଛନ୍ତି ବିଶ୍ଵାସ ହେଉ ନାହିଁ ଯେ କଂଗ୍ରେସ ମୁଖପାତ୍ର ମୋ ମିତ୍ର ରାଜୀବ ତ୍ୟାଗୀ ଆମ ଗହଣରେ ଆଉ ନାହାନ୍ତି। ଆଜି ୫ଟାରେ ଉଭୟ ଏକା ସଙ୍ଗେ ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜୀବନ ବହୁତ ଅନିଶ୍ଚିତ… କହିବାକୁ ମୋ ପାଟିରେ କିଛି ଶବ୍ଦ ନାହିଁ। ହେ ଗୋବିନ୍ଦ ରାଜୀବ ଜୀଙ୍କୁ ନିଜ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ।

ରାଜୀବ ତ୍ୟାଗୀ ବିନମ୍ର ସ୍ଵଭାବରେ ଜଣେ କୁଶଳ ବକ୍ତା ଥିଲେ ଏବଂ ଟିଭି ବିତର୍କରେ ପାର୍ଟିର ପକ୍ଷ ଜୋରଦାର ଢଙ୍ଗରେ ରଖୁଥିଲେ। ରାଜୀବ ତ୍ୟାଗୀଙ୍କ ସ୍ଵାସ୍ଥ୍ୟ ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ସୁସ୍ଥ ଥିଲା। ସେ ସନ୍ଧ୍ୟା ୫ଟାରେ ଟିଭି ନ୍ୟୁଜ୍ ଚ୍ୟାନେଲ ଟିଭି ଡିବେଟ୍‌ରେ ସାମିଲ ମଧ୍ୟ ହୋଇଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟ ଅଚାନକ ବିଗିଡିଥିଲା ଏବଂ ବେହୋସ ହୋଇ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ କୌଶାମ୍ବିର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

wp:html /wp:html

କଂଗ୍ରେସ ପାର୍ଟି ତରଫରୁ ଟ୍ଵିଟ୍ ଜାରି କରି ଶୋକ ପ୍ରକଟ କରିଛି। ପାର୍ଟି ନିଜର ସନ୍ଦେଶରେ କହିଛି  ଆମେ ରାଜୀବ ତ୍ୟାଗୀଙ୍କ ଅପ୍ରତ୍ୟାଶିକ ନିଧନରେ ବହୁତ ଦୁଃଖି। ସେ ନିଷ୍ଠାବାନ କଂଗ୍ରେସୀ ଓ ସଚ୍ଚା ଦେଶ ଭକ୍ତ ଥିଲେ। ଏହି ଦୁଃଖର ଘଡିରେ ଆମର ସମବେଦନା ଓ ପ୍ରାର୍ଥନା ତାଙ୍କ ପରିବାର ଓ ସାଥୀଙ୍କ ସହିତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.