କଂଗ୍ରେସରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ : ଦଳରେ ଗୁଣ୍ଡାମାନଙ୍କର ରାଜ ଚାଲିଥିବା ଅଭିଯୋଗ

Published By : Prameya-News7 Bureau | April 19, 2019 IST

ନୂଆଦିଲ୍ଲୀ ୧୯/୪ : କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ଗୁରୁବାର ରାତିରେ ପ୍ରିୟଙ୍କା ନିଜ ଇସ୍ତଫା ପତ୍ର ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ | ଶୁକ୍ରବାର ସକାଳେ ସେ ନିଜ ଟ୍ୱିଟର ପେଜରୁ କଂଗ୍ରେସ ପ୍ରବକ୍ତା ପଦ ହଟାଇଦେଇଛନ୍ତି | ଏହାପୂର୍ବରୁ ସେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଥିଲେ | ଦଳରେ ଗୁଣ୍ଡାମାନଙ୍କ ରାଜ ଚାଲୁଥିବା ଅଭିଯୋଗରେ ପ୍ରିୟଙ୍କା ଏହିଭଳି ପଦକ୍ଷେପ ନେଇଛନ୍ତି |

{"id":104843}


ଏପ୍ରିଲ ୧୭ ତାରିଖରେ ପ୍ରିୟଙ୍କା ଟ୍ୱିଟ କରି କଂଗ୍ରେସ ପ୍ରତି ନିଜର ଅସନ୍ତୋଷ ମନୋଭାବ ଦର୍ଶାଇଥିଲେ | ଏହାପରେ ସେ କୌଣସି ତର୍କ ବିତର୍କରେ ସାମ୍ନାକୁ ଆସିନଥିଲେ | ଏହାପରେ ୧୮ ତାରିଖ ରାତିରେ ସେ ରାହୁଲଙ୍କୁ ଇସ୍ତଫା ପତ୍ର ପଠାଇଥିଲେ | ସେ ନିଜ ଟ୍ୱିଟର ପେଜକୁ ବର୍ତ୍ତମାନ ବ୍ୟକ୍ତିଗତ ଦର୍ଶାଇଛନ୍ତି | ଟ୍ୱିଟରରେ ଅନେକ ବଡ ବଡ ନେତା କଂଗ୍ରେସ ନେତୃତ୍ୱାଧୀନ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି |

{"id":104845,"width":586,"height":390}


ଏପ୍ରିଲ ୧୭ ତାରିଖରେ ପ୍ରିୟଙ୍କା ମଥୁରାର ସ୍ଥାନୀୟ ନେତା ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ | ସେ ଟ୍ୱିଟ କରି କହିଥିଲେ ଯେ, ଯେଉଁମାନେ ପରିଶ୍ରମ କରି ଦଳରେ ନିଜ ପଦ ପ୍ରତିଷ୍ଠା ତିଆରି କରୁଛନ୍ତି, ସେମାନଙ୍କୁ ସେତିକି ସମ୍ମାନ ନ ମିଳି ଗୁଣ୍ଡାମାନଙ୍କୁ ମିଳୁଛି | ଦଳ ପାଇଁ ସେ ଗାଳିଗୁଲଜ ମଧ୍ୟ ଶୁଣିଛନ୍ତି ଏବଂ ପଥର ମାଡ ମଧ୍ୟ ଖାଇଛନ୍ତି | ତଥାପି ଦଳର ନେତାମାନେ ତାଙ୍କୁ ଧମକ ଦେଇଛନ୍ତି ବୋଲି ସେ କହିଛନ୍ତି | ପ୍ରିୟଙ୍କାଙ୍କ ଟ୍ୱିଟ ପରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା |

{"id":104846}


ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ପ୍ରିୟଙ୍କା କଂଗ୍ରେସର ଜଣେ ମହତ୍ଵପୁର୍ଣ ମୁହଁ ଭାବେ ଉଭା ହୋଇଥିଲେ | ସେ ଟିଭିରେ ତର୍କ ବିତର୍କ ଶୋ'ରେ ମଧ୍ୟ କଂଗ୍ରେସ ପକ୍ଷରେ ମନ୍ତବ୍ୟ ଦେଇଥାନ୍ତି |

wp:core-embed/twitter {"url":"https://twitter.com/priyankac19/status/1118412202065657856","type":"rich","providerNameSlug":"twitter","className":""}
https://twitter.com/priyankac19/status/1118412202065657856
/wp:core-embed/twitter


ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଡିସେମ୍ବର ମାସରେ ପ୍ରିୟଙ୍କାଙ୍କ ଏକ ଟ୍ୱିଟକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା | ପ୍ରିୟଙ୍କାଙ୍କ ଟ୍ୱିଟ ସହ ଏକ ଚିଠି ମଧ୍ୟ ଥିଲା | ଚିଠି ଅନୁଯାୟୀ ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାରେ ପ୍ରିୟଙ୍କା ଚତୁର୍ବେଦୀଙ୍କ ତରଫରୁ ରାଫେଲ ବିମାନ ସୌଦା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଇଥିଲେ | ସେତେବେଳେ କିଛି ସ୍ଥାନୀୟ ନେତା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ | ଘଟଣା ପରେ ସମସ୍ତ ନେତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା | କିନ୍ତୁ ପରେ ଜ୍ୟୋତିରାଦିତ୍ୟଙ୍କ କହିବାନୁଯାୟୀ ସମସ୍ତଙ୍କୁ ଛାଡି ଦିଆଯାଇଥିଲା |


https://twitter.com/priyankac19/status/1119130478626271232

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.