Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

Lockdown-3 ସରିବା ପୂର୍ବରୁ ମୁକୁଳିବା ଲାଗି ରୋଡ ମ୍ୟାପ୍ ଘୋଷଣା କରନ୍ତୁ ସରକାର: କଂଗ୍ରେସ୍

15/05/2020 at 7:41 PM

ନୂଆଦିଲ୍ଲୀ ୧୫।୫:  ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି। ସଂକ୍ରମଣ ରୋକିବା ଲାଗି ଲକଡାଉନ୍ ମଧ୍ୟ ଜାରି ରହିଛି। ତେବେ ଲକଡାଉନ୍‌ ୩ର ସମାପ୍ତି ପୂର୍ବରୁ ଏଥିରୁ ବାହାରିବା ଲାଗି ସରକାର ତୁରନ୍ତ ରୋଡମ୍ୟାପ୍‌ ପ୍ରସ୍ତୁତ କରନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ମନିଷ ତିୱାରୀ ଶୁକ୍ରବାର ଦାବି କରିଛନ୍ତି। ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତିୱାରୀ ଏପର୍ଯ୍ୟନ୍ତ ଆମେ ଜାତୀୟ ଲକଡାଉନ୍‌ କଥା ଶୁଣିଆସୁଛୁ ହେଲେ ଏଥିରୁ ବାହାରିବା ଲାଗି ସରକାରଙ୍କ ଜାତୀୟ ଲକ ଆଉଟ୍ ଘୋଷଣା କେବେ ବୋଲି ପ୍ରଶ୍ନ କରିଛନ୍ତି।

କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଦେଶରେ ସଂକ୍ରମିତଙ୍କ ସଂଖ୍ୟ ୧୮୧ ଥିବା ବେଳେ ସରକାର ଲକଡାଉନ୍‌ ଘୋଷଣା କରିଥିଲେ। ପ୍ରଥମ ଲକଡାଉନ ପରେ ଆଉ ୨ଟି ଲକଡାଉନ୍‌ ଘୋଷଣା ହେଲାଣି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୦ ହଜାର। ଏଥିରେ ସରକାର ପ୍ରଥମେ ତାଙ୍କ ନୀତି ସ୍ପଷ୍ଟ କରନ୍ତୁ ବୋଲି ତିୱାରୀ ଦାବି କରିଛନ୍ତି।

ସେ କହିଛନ୍ତି ଯେ ସରକାର ବିପର୍ଯ୍ୟୟ ପ୍ରଶମନ ଲାଗି ଯେତେବେଳେ ବିଭିନ୍ନ ଖଣ୍ଡ ଘୋଷଣା କରିପାରୁଛନ୍ତି ସେତେବେଳେ ଏଥିରୁ ମୁକୁଳିବାର ଉପାୟ ବି ଘୋଷଣା କରିପାରନ୍ତେ। ହେଲେ ସରକାର ସେପରି କିଛି କରୁନଥିବା ବେଳେ ଜନତାଙ୍କ ସ୍ୱାର୍ଥ ସହ ରାଜନୀତି କରୁଥିବା ଅଭିଯୋଗ କରିଛିନ୍ତି। ଯେତେବେଳେ ଦେଶ ଲାଗି ସେପରି ବିପଦଜନକ ପରିସ୍ଥିତି ନଥିଲା ସେତେବେଳେ ସରକାର ନିୟମ କଡାକଡି କରିଥିଲେ। ହେଲେ ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ସେତେବେଳେ ଜନତାଙ୍କ ରୋଷରୁ ବର୍ତ୍ତିବା ଲାଗି ରାଜ୍ୟ ସରକାରମାନଙ୍କ ଉପରେ ନିଜର ଦୋଷ ଲଦିବାର ବାଟ ଖୋଜୁଛନ୍ତି ବୋଲି ତିୱାରୀ କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ କରୋନା ପ୍ୟାକେଜ୍‌ର ବିସ୍ତୃତ ବଖାଣିବା ବଦଳେ ଟିଭିରେ ରାଜ୍ୟ ସରକାରମାନେ  ନିୟମ କୋହଳ କରିବା ଦରକାର ବୋଲି କହୁଛନ୍ତି। ଯେହେତୁ ରାଜ୍ୟମାନେ ସିଧାଶଳଖ ଜନତାଙ୍କ ଶରବ୍ୟ ହେଉଛନ୍ତି ଏଣୁ କୌଣସି ସରକାର କେବେବି ଅରାଜକତାକୁ ପ୍ରଶୟ ଦେବେନି ଜାଣି ମଧ୍ୟ କେନ୍ଦ୍ରର ଦୁର୍ବଳତାକୁ ଅର୍ଥମନ୍ତ୍ରୀ ରାଜ୍ୟଙ୍କ ଉପରେ ଥୋଇ ସରକାରଙ୍କୁ ଦୋଷମୁକ୍ତ କରିବାକୁ ଉଦ୍ୟମ କରିବା କରୋନା ପ୍ୟାକେଜ୍ ସମୀକ୍ଷା କା୍ର୍ଯ୍ୟକ୍ରମକୁ ଅସ୍ୱଭାବିକ କରିଥିବା ତିୱାରୀ କହିଛନ୍ତି। ଏଣୁ କଂଗ୍ରେସ ଶାସିତ ପ୍ରଦେଶମାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲକଡାଉନ ହଟାଇବା ଲାଗି ଚାପ ପକାଇବା ନିମନ୍ତେ ପରାମର୍ଶ ଦେଇଥିବା କହିଛନ୍ତି।

   Related Posts