ଟ୍ବିଟରରୁ ଗାୟବ ହେଲେ କଂଗ୍ରେସ ସୋସିଆଲ ମିଡିଆ ପ୍ରଭାରୀ, ଜାଣନ୍ତୁ କାରଣ

Published By : Prameya-News7 Bureau | June 02, 2019 IST

ନୂଆଦିଲ୍ଲୀ ୨|୬: ନିର୍ବାଚନରେ ଶୋଚନୀୟ ପରାଜୟ ପରେ କୌଣସି ଟିଭି ଚ୍ୟାନେଲ ଡିବେଟରେ କଂଗ୍ରେସ ମୁଖପାତ୍ର ମାନେ ଯୋଗ ନଦେବା ପାଇଁ କଟକଣା ଜାରି ହୋଇଛି। ଏହାପରେ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ନିଜର ଟ୍ବିଟର୍ ଆକାଉଣ୍ଟକୁ ହଟାଇ ଦେଇଛନ୍ତି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଆସୁଥିଲେ।

ତେବେ ନିର୍ବାଚନ ପରାଜୟ ପରେ ଦିବ୍ୟା ସ୍ପନ୍ଦନାଙ୍କକୁ ଆଉ ଟ୍ବିଟ୍  ନକରିବା ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ବ ତାଗିଦ୍  କରିଥିବା କୁହାଯାଉଛି। ତେବେ କଂଗ୍ରେସ ପକ୍ଷରୁ ତାଙ୍କୁ କୌଣସି ସୂଚନା ଦିଆଯାଇନଥିବା ଦିବ୍ୟା ସ୍ପନ୍ଦନା କହିଛନ୍ତି।

ସୋସିଆଲ ମିଡିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସର ଫ୍ୟାନ ବଢିବାର ଶ୍ରେୟ ଦିବ୍ୟାଙ୍କୁ ଦିଆଯାଇଥିଲା । ଲୋକସଭାରେ ମିଳିଥିବା ଶୋଚନୀୟ ପରାଜୟ ପରେ ଦଳ ସାଙ୍ଗଠନିକ ସ୍ତରରେ ପରିବର୍ତନ କରିବାକୁ ଚାହୁଁଛି । ଏହାକୁ ରାହୁଲ ମଂଜୁର ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.