କଂଗ୍ରେସ ଆଇଟି ସେଲର ଅଭିଷେକ ମିଶ୍ରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

Published By : Prameya-News7 Bureau | January 24, 2019 IST

ଦିଲ୍ଲୀ ୨୪/୧ : ମଧ୍ୟପ୍ରଦେଶର ପ୍ରସିଦ୍ଧ ୟୁଟ୍ୟୁବର ଅଭିଷେକ ମିଶ୍ର ଗିରଫ ହୋଇଛନ୍ତି | ଏକ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଅଭିଷେକଙ୍କୁ ଗିରଫ କରିଛି | ଅଭିଷେକ ମିଶ୍ର ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ଲେଖିଥିବା ଅଭିଯୋଗ ହୋଇଥିଲା | ଏହି ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ ଅଭିଷେକଙ୍କୁ ଗିରଫ କରିଛି | ଅଭିଷେକ ମିଶ୍ର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ହେବା ସହ କଂଗ୍ରେସ ଆଇଟି ସେଲର ମଧ୍ୟ ଜଣେ ସଦସ୍ୟ |

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସ୍ୱିଜରଲାଣ୍ଡ ଦାବୋଷରେ ଚାଲୁଥିବା ଇକୋନୋମିକ ଫୋରମରେ ଯୋଗ ଦେଇଛନ୍ତି | ସ୍ୱିଜରଲାଣ୍ଡରେ ଥାଇ କମଲନାଥ ରାଜ୍ୟ ପୋଲିସକୁ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ | ମଧ୍ୟପ୍ରଦେଶ ସରକାର ଅଭିଷେକ ମିଶ୍ରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରିବା ପରେ ଦିଲ୍ଲୀ ନେବାପାଇଁ ଆପତ୍ତି ଦର୍ଶାଇଥିଲେ |

ସୂଚନାଯୋଗ୍ୟ ଯେ, ଅଭିଷେକ ମିଶ୍ର ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହନ୍ତି | ବହୁତ ଆଗରୁ ଅଭିଷେକ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ଼ କରନ୍ତି | ତାଙ୍କର ୟୁଟ୍ୟୁବ ଭିଡିଓ ମଧ୍ୟ ଲୋକେ ବହୁତ ପସନ୍ଦ କରିଥାନ୍ତି | ଏହାସହ ଟ୍ୱିଟର, ଫେସବୁକରେ ମଧ୍ୟ କେନ୍ଦ୍ର ସରକାର, ମୋଦି ଏବଂ ଶିବରାଜ ଚୌହାନଙ୍କୁ ଅଧିକାଂଶ ସମୟରେ ଟାର୍ଗେଟ କରିଥାନ୍ତି ଅଭିଷେକ | ରାଜ୍ୟର ଗୃହ ବିଭାଗ ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖି ଏନେଇ ଆପତ୍ତି ଦର୍ଶାଇଥିଲେ | ଦିଲ୍ଲୀ ପୋଲିସ ଅଭିଷେକଙ୍କୁ ଗିରଫ କରିବା ଘଟଣାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିୟମ ଉଲଂଘନ କରିଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି |

{"id":77479}

ଅଭିଷେକ ମିଶ୍ରଙ୍କ ଘର ଭୋପାଲର କୋହେଫିଯ ସ୍ଥିତ ରାଜୀବ ନଗର-୧୧୧ ଏନଆରଇ କଲୋନୀରୁ ତାଙ୍କୁ କିଛି ଅଜ୍ଞାତ ଲୋକ ଉଠାଇ ନେଇଯାଇଥିଲେ | ସେବେଠାରୁ ଅଭିଷେକଙ୍କ କୌଣସି ସୂଚନା ମିଳୁନଥିଲା | ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା | ମଧ୍ୟପ୍ରଦେଶ ପୋଲିସ ଅଭିଷେକ ଗାୟବ ହୋଇଯିବା ନେଇ ଖୋଳତାଡ କରିଥିଲା । ଷେଶରେ ଅଭିଷେକ ମିଶ୍ରଙ୍କ ସମ୍ପର୍କରେ ତାଙ୍କ କମ୍ପାନୀର ସୋସିଆଲ ମିଡ଼ିଆର ନିର୍ଦେଶକ ଅଂଶୁମାନ ସିଂ ଙ୍କଠୁ ସୂଚନା ମିଳିଥିଲା | ସେ କହିଛନ୍ତି ଯେ, ଅଭିଷେକ ମିଶ୍ରଙ୍କୁ ୨୨ ତାରିଖରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ ସ୍ପେସାଲ ସେଲ ନିରୀକ୍ଷକ ପ୍ରବୀଣ କୁମାର  ଗିରଫ କରିଛନ୍ତି|

ମଧ୍ୟପ୍ରଦେଶ ସରକାରଙ୍କ ଗୃହ ବିଭାଗ ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖିଥିଲେ ଯେ, ଅଭିଷେକଙ୍କ ଗିରଫକୁ ନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇନଥିଲା | ଯାହାଫଳରେ ଅଭିଷେକଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ହେଉଛି | ନିୟମ ଉଲଂଘନ କରିଥିବା ହେତୁ ଦିଲ୍ଲୀ ପୋଲିସ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ରାଜ୍ୟ ବୋଲି ଗୃହ ବିଭାଗ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.