ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା, କହିଲେ ବିଳମ୍ବ ନକରି ସିଡବ୍ଲୁସି ତୁରନ୍ତ ଚୟନ କରନ୍ତୁ ନୂଆ ଅଧ୍ୟକ୍ଷ
3/07/2019 at 4:13 PM

ନୂଆଦିଲ୍ଲୀ ୩।୭: ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ ସାଧାରଣ ନିର୍ବାଚନରେ ଦଳର ସୋଚନୀୟ ପରାଜୟ ପରେ ରାହୁଲ ଏଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଯେଉଁଥିରେ ସେ ଦଳର ପରାଜୟ ପାଇଁ ନିଜକୁ ଦାୟି କରିଥିଲେ। ତେବେ ବୁଧବାର ରାହୁଲ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ଆଉ ବିଳମ୍ବ ନ କରି କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲୁସି) ବୈଠକ ଆହ୍ୱନ କରବା ସହ ଦଳ ଏବେ ନିଜର ନୂଆ ସଭାପତିଙ୍କୁ ଚୟନ କରିବା ଦରକାର ବୋଲି କହିଛନ୍ତି। ତେବେ ସଭାପତି ଭାବେ ରାହୁଲଙ୍କ ଇସ୍ତଫା ସ୍ପଷ୍ଟ ହୋଇଯାଇଥିବା ବେଳେ ଦଳମୋତିଲାଲ ଭୋରାଙ୍କୁ କାମଚଳା ଅଧ୍ୟକ୍ଷ ନିଯୁକ୍ତ କରିଥିବା ଜଣାପଡିଛି।
It is an honour for me to serve the Congress Party, whose values and ideals have served as the lifeblood of our beautiful nation.
— Rahul Gandhi (@RahulGandhi) July 3, 2019
I owe the country and my organisation a debt of tremendous gratitude and love.
Jai Hind 🇮🇳 pic.twitter.com/WWGYt5YG4V
ନିକଟରେ ଦେଶର କଂଗ୍ରେସ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ରାହୁଲଙ୍କୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବା ନିମନ୍ତେ ଚାପପକା ଯାଇଥିଲା। ତେବେ ଏଥିରେ ରାହୁଲ ପ୍ରଭାବିତ ହୋଇନଥିଲେ। ଗାନ୍ଧି ପରିବାର ବାହାରୁ ଦଳର କୌଣସି ଦିଗ୍ଗଜ ନେତାଙ୍କୁ ଦଳର ସଭାପତି କରିବା ପାଇଁ ରାହୁଲ କହିଥିଲେ। ୧୨ ତୋଗଲକ ଲେନ୍ ସ୍ଥିତି କଂଗ୍ରେସ ସଭାପତିଙ୍କ ନିବାସରେ ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ବୈଠକ ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସେମାନଙ୍କ ପଦରୁ ଇସ୍ତଫା ଦେବାକୁମଧ୍ୟ ଧମକ ଦେଇଥିଲେ। ହେଲେ ରାହୁଲଙ୍କ ଉପରେ ଏହାରପ୍ରଭାବ ପଡିନଥିଲା।

ତେବେ ରାହୁଲ ତାଙ୍କ ଜିଦ୍ ରେ ଅଡି ରହିଥିବା ଯୋଗୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କୁ କଂଗ୍ରେସ ଜାତୀୟ ସଭାପତି ମନୋନୟନ କରିବା ପାଇଁ ଏବେ କଳ୍ପଜଳ୍ପନା ଆରମ୍ଭ ହୋଇଥିବା ଜଣାପଡିଛି। ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ, ଗୁଲାମନବୀ ଆଜାଦ୍, ଅଶୋକ ଗେହଲତ, ଜନାର୍ଦ୍ଦନା ଦ୍ୱିବେଦୀ, ଏ.କେ. ଆଣ୍ଟାନୀ ଓ ମୁକଲ ୱାସନିକଙ୍କ ନାମ ମଧ୍ୟ ଏଆଇସିସି ଅଧ୍ୟକ୍ଷ ପଦ ନିମନ୍ତେ ଚର୍ଚ୍ଚାରେ ଥିଲା। ତେବେ ସିନ୍ଦେଙ୍କୁ ସଭାପତି କରିବା ପାଇଁ ଦଳରେ ସହମତି ହୋଇଥିବା ଜଣାପଡିଛି।